Home Breaking News / ତାଜା ଖବର ଡେଲଟା ଭାରିଆଂଟ ଠାରୁ ୬ ଗୁଣ ଶକ୍ତିଶାଳୀ ଓମିକ୍ରନ, ଜାଣନ୍ତୁ କେଉଁ ଲକ୍ଷଣ ଦେଖା ଦେଲେ କରିବେନି ହେଳା?

ଡେଲଟା ଭାରିଆଂଟ ଠାରୁ ୬ ଗୁଣ ଶକ୍ତିଶାଳୀ ଓମିକ୍ରନ, ଜାଣନ୍ତୁ କେଉଁ ଲକ୍ଷଣ ଦେଖା ଦେଲେ କରିବେନି ହେଳା?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାର ନୂଆ ଭାରିଆଂଟ ବି ୧.୧.୫୨୯ ଯାହାକୁ ବିଶ୍ୱ ଓମିକ୍ରନ ନାଁରେ ଜାଣୁଛି , ଏହା ଏବେ ପୁରା ବିଶ୍ୱ ଆଗରେ ବଡ ସମସ୍ୟା ହୋଇ ଠିଆ ହେଲାଣି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କଲାଣି । ଏହାକୁ ନେଇ କୌଣସି ଚିକିତ୍ସା ବ୍ୟବସ୍ଥା କାମ କରୁନଥିବାରୁ , ଏହାକୁ ଚିନ୍ତଜନକ ଭାରିଆଂଟ ତାଲିକାରେ ରଖା ଯାଇଛି ।

କେତେ ଭୟଙ୍କର ଏ ନୂଆ ଭୂତାଣୁ?
ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ଦେଶଗୁଡିକରେ ଏହି ଭୂତାଣୁ ବର୍ତମାନ ଠାବ ହେଲାଣି । ପ୍ରାରମ୍ଭିକ ବିଶ୍ଳେଷଣରୁ ଏତିକି ଜଣାପଡିଛି, ଏହି ଭୂତାଣୁ ବର୍ତମାନ ଡେଲଟା ଭୂତାଣୁ ଠାରୁ ୬ ଗୁଣ ଶକ୍ତିଶାଳୀ । ଏହି କାରଣରୁ ଏହି ନୂଆ ଭୂତାଣୁ ଅଧିକ ତୀବ୍ର ବେଗରେ ସଂକ୍ରମିତ ହେଉଛି । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଓମିକ୍ରନ ପୂର୍ବ ଭୂତାଣୁ ଗୁଡିକ ଠାରୁ ଅଧିକ ଶକ୍ତିଶାଳୀ । ପ୍ରାକୃତିକ ଉପାୟରେ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହା ଅକାମୀ କରିଦେବାକୁ ସକ୍ଷମ ।

related posts

Leave a Comment