Home Breaking News / ତାଜା ଖବର କାହିଁକି କରୋନାର ନୂଆ ଭୂତାଣୁ ନାମ ହେଲା ଓମିକ୍ରନ, ଚୀନ ରାଷ୍ଟ୍ରପତିଙ୍କ ସହିତ ରହିଛି କଣ କନେକ୍ସନ?

କାହିଁକି କରୋନାର ନୂଆ ଭୂତାଣୁ ନାମ ହେଲା ଓମିକ୍ରନ, ଚୀନ ରାଷ୍ଟ୍ରପତିଙ୍କ ସହିତ ରହିଛି କଣ କନେକ୍ସନ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାର ଏହି ନୂଆ ଭୂତାଣୁ ବର୍ତମାନ ବିଶ୍ୱରେ ଆତଙ୍କ ସଷ୍ଟି କରିଛି । ନୂଆ ଭୂତାଣୁର ନାମ ରହଛି ଓମିକ୍ରନ୍ । ବଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭୂତାଣୁର ନାମ ଏପରି ଓମିକ୍ରନ୍ ରଖିଛି । ଗ୍ରୀକ୍ ଅକ୍ଷରରେ ଏହା ୧୫ ତମ ସଂଖ୍ୟାର ନାମ । ବର୍ତମାନ କରୋନାର ୧୨ଟି ଭାରିଆଂଟ ମହଜୁଦ୍ ଅଛି । ଅର୍ଥାତ୍ ଗ୍ରୀକ୍ ଭାଷାରେ ୧୩ ତମ ସ୍ଥାନରେ ମ୍ୟୁ, ୧୪ ତମ ସ୍ଥାନରେ ନ୍ୟୁ କିଂବା ସି ରହିଛି । ଅର୍ଥାତ୍ ନୂଆ ଭୂତାଣୁ ନାମ କରଣ ମ୍ୟୁ କିଂବା ନ୍ୟୁ ହୋଇପାରିଥାନ୍ତା । ତେବେ ମ୍ୟୁ ଏବଂ ନ୍ୟୁ ମଧ୍ୟରେ ଫରକ ପ୍ରାୟତଃ ନାହିଁ । ଅନେକ ସହରର ନାମ ଆରମ୍ଭରେ ଏହାର ମଧ୍ୟ ବ୍ୟବହାର ହୋଇଛି ବୋଲି ଯୁକ୍ତି ଦର୍ଶାଇଛି ହୁ । ଅର୍ଥାତ୍ ଏହାର ନାମ ସି ଦିଆଯାଇପାରିଥାନ୍ତା । କିନ୍ତୁ ସି ନାମ ମଧ୍ୟ ଜଣେ ରାଷ୍ଟ୍ରପତିଙ୍କ ନାମ ସହିତ ରହିଛି । ଚୀନ ରାଷ୍ଟ୍ରପତିଙ୍କ ନାମ ସି ଜିନପିଙ୍ଗ । ତେଣୁ ନୂଆ ଭୂତାଣୁର ନାମକରଣ ସମୟରେ ୧୩, ୧୪ ତମ ସଂଖ୍ୟାକୁ ଛାଡି ୧୫ ତମ ସଂଖ୍ୟା ଓମିକ୍ରନକୁ ଚୟନ କରାଯାଇଛି ।

ଭୂତାଣୁ ନାମ କରଣରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କଣ ଅଛି ନିୟମ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂତାଣୁ ନାମ କରଣ ସମୟରେ ଗୋଟିଏ ମାପଦଣ୍ଡ ବ୍ୟବହାର ହୋଇଥାଏ । କୌଣସି ଭୂତାଣୁର ନାମ କୌଣସି ବ୍ୟକ୍ତି, ସଂସ୍ଥା, ସଂସ୍କୃତି, ସମାଜ, ଧର୍ମ, ବ୍ୟବସାୟ, ଦେଶର ନାମକୁ ନେଇ ହୋଇପାରିବ ନାହିଁ । ଏହା ଜରିଆରେ କାହାକୁ ଆଘାତ ନମିଳେ ସେଥିପ୍ରତି ଦୃଷ୍ଟି ଦିଆଯିବାକୁ ହୁ କଡା ନିୟମ ପ୍ରଣୟନ କରିଛି ।

related posts

Leave a Comment