Home Breaking News / ତାଜା ଖବର ନିୟମଗିରି ପାହାଡରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ଵାନ କଲେ ମାଓବାଦୀ

ନିୟମଗିରି ପାହାଡରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ଵାନ କଲେ ମାଓବାଦୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା- ୨୯/୧୧-(ଧନେଶ୍ବର ରାଉତ): ପୁଣି ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ। ରାୟଗଡା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଲେ ମାଓବାଦୀ। ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଏଥିରେ ଉଲ୍ଲେଖ କରିଛନ୍ତି। ପାରସାଲି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏହି ବ୍ୟାନର ଓ ପୋଷ୍ଟର ଲଗାଯାଇଛି। ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି।
ନିୟମଗିରି ପାହାଡରେ ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ମାଓବାଦୀଙ୍କ ଏହି ବ୍ୟାନର ଓ ପୋଷ୍ଟର ସେମାନଙ୍କ ଭିତରେ ଭୟ ସୃଷ୍ଟି କରିଛି। ବ୍ୟାନର ଓ ପୋଷ୍ଟରରେ ଯୁବକ ଯୁବତୀମାନେ ପିଏଲଜିଏରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ। ଏଥିସହ ଜଳ, ଜମି ଓ ଜଙ୍ଗଲ ପାଇଁ ଏକତ୍ରିତ ହେବା ପାଇଁ କୁହାଯାଇଛି। ଏହି ପୋଷ୍ଟର ଲାଗିବା ପରେ କଲ୍ୟାଣସିଂହପୁର ଠାରେ ଥିବା ସିଆରପିଏଫ ଯବାନମାନେ ସର୍ଚ୍ଚ ଅପରେଶନ କରୁଛନ୍ତି।

related posts

Leave a Comment