Home Breaking News / ତାଜା ଖବର ଡିସେମ୍ବର ପ୍ରଥମ ସପ୍ତାହରେ ମାଡ଼ ହେବ ବାତ୍ୟା, ୩ରୁ ପ୍ରବଳ ବର୍ଷା ସମ୍ଭାବନା

ଡିସେମ୍ବର ପ୍ରଥମ ସପ୍ତାହରେ ମାଡ଼ ହେବ ବାତ୍ୟା, ୩ରୁ ପ୍ରବଳ ବର୍ଷା ସମ୍ଭାବନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ପୁଣି ଏକ ବାତ୍ୟା ବଙ୍ଗୋପସାଗର ଉପକୂଳ ଅତିକ୍ରମ କରିବ। ଡିସେମ୍ବର ପ୍ରଥମ ସପ୍ତାହରେ ଏହି ବାତ୍ୟା ସ୍ଥଳଭାଗରେ ମାଡ଼ ହେବ। ତେବେ କେଉଁ ସ୍ଥାନରେ ଏହା ଭୂଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗବିଜ୍ଞାନୀମାନେ ମତ ଦେଇଛନ୍ତି।

ବାତ୍ୟା ଆନ୍ଧ୍ର ପ୍ରଦେଶ କିମ୍ବା ପଶ୍ଚିମବଙ୍ଗ ଗଲେ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିବ। ମାତ୍ର ଯଦି ଏହା ଓଡ଼ିଶାରେ ଭୂଭାଗ ଛୁଇଁବ ତେବେ ରାଜ୍ୟ ପ୍ରଭୁତ କ୍ଷତି ସହିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ବିଲରେ ପାଚିଲା ଧାନ ପଡ଼ିଛି। ବାତ୍ୟା ଖବର ଶୁଣି ଚାଷୀ ଧାନ କାଟିବାକୁ ଲାଗିଛି; କିନ୍ତୁ ଅମଳ କରି ଧାନ ସୁରକ୍ଷିତ ଭାବେ ରଖିବାକୁ ହାତରେ ସମୟ ନ ଥିବାରୁ ଚାଷୀଙ୍କ ପାଇଁ ଚିନ୍ତା ବଢ଼଼ିଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୩୦ରେ ଲଘୁଚାପ ୧ରେ ଅବପାତ ଓ ୨ ରାତି କିମ୍ବା ୩ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ।

related posts

Leave a Comment