Home Breaking News / ତାଜା ଖବର ଟୁଇଟର ସିଇଓ ପଦରୁ ଜ୍ୟାକ୍ ଡୋରସେଙ୍କ ଇସ୍ତଫା, ପରାଗ ଅଗ୍ରୱାଲଙ୍କୁ ମିଳିଲା ଦାୟିତ୍ୱ

ଟୁଇଟର ସିଇଓ ପଦରୁ ଜ୍ୟାକ୍ ଡୋରସେଙ୍କ ଇସ୍ତଫା, ପରାଗ ଅଗ୍ରୱାଲଙ୍କୁ ମିଳିଲା ଦାୟିତ୍ୱ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋସିଆଲ ମିଡିଆର ସବୁଠାରୁ ବଡ ପ୍ଲାଟଫର୍ମ କୁହାଯାଉଥିବା ଟୁଇଟରର ସିଇଓ ପଦରୁ ଜ୍ୟାକ୍ ଡୋରସେ ହଠାତ୍ ଇସ୍ତଫା ଦେଇଛନ୍ତି । ଜ୍ୟାକ୍ ଡୋରସେଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନ ନେବେ ପରାଗ ଅଗ୍ରୱାଲ । ଜ୍ୟାକ୍ ବର୍ତମାନ କଂପାନୀରେ ତାଙ୍କର ପରବର୍ତି ପରାଗ ଅଗ୍ରୱାଲଙ୍କୁ କାର୍ଯ୍ୟଭାର ପ୍ରଦାନ କରିବେ ।
ସୂଚନା ଅନୁସାରେ ସୋସିଆଲ ମିଡିଆ ଜଗତରେ ଟୁଇଟରଙ୍କୁ ଏହାର ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆଗକୁ ନେବାରେ ଗତ ଏକ ବର୍ଷ ହେବ ଜ୍ୟାକ୍ ସେଭଳି କୌଣସି ପଦ କ୍ଷେପ ଗ୍ରହଣ କରିନଥିଲେ । ଏହାକୁ ନେଇ ଜ୍ୟାକଙ୍କୁ ପରିଚଳନା ନିର୍ଦ୍ଦେଶକ ପଦରୁ ବିଦା କରିବାକୁ ଟୁଇଟର କର୍ତୃପକ୍ଷ ପ୍ରସ୍ତୁତ ହେଉଥିଲେ । ଟୁଇଟରକୁ ବର୍ତମାନ ଫେସବୁକ୍‌, ଟିକଟକ ପରି ପ୍ଲାଟଫର୍ମ ସହିତ କଡା ପ୍ରତିଯୋଗୀତାର ସାମ୍ନା କରିବାକୁ ପଡୁଛି ।
୨୦୨୩ ମଧ୍ୟରେ ଟୁଇଟରକୁ ବାର୍ଷିକ ଆୟ ଦୁଇ ଗୁଣ କରିବାକୁ ଟୁଇଟର ଅନେକ ଉପାୟ କରୁଛି । ଏସବୁ ଭିତରେ ଟୁଇଟର ସିଇଓ ଜ୍ୟାକ୍ ଡୋରସେଙ୍କ ହଠାତ୍ ଇସ୍ତଫା ବଡ ଚର୍ଚା ସୃଷ୍ଟି କରିଛି ।

related posts

Leave a Comment