Home Breaking News / ତାଜା ଖବର ଲୋକସଭାରେ କୃଷି ଆଇନ ଉଛେଦ ବିଲ ପାରିତ

ଲୋକସଭାରେ କୃଷି ଆଇନ ଉଛେଦ ବିଲ ପାରିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ କୃଷି ଆଇନ ଉଛେଦ ବିଲ ପାରିତ ହେବା ପରେ ରାଜ୍ୟସଭା ବି ଏହି ବିଲ୍‌ ଉପରେ ମୋହର ମାରିଛି। ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ବିନା ଆଲୋଚନାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ୨୦୨୧ ପାରିତ ହୋଇଯାଇଛି । ଏହାପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।

ରାଜ୍ୟସଭାରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘ଆମେ କୃଷି ଆଇନ ପ୍ରତ୍ୟାହାର ବିଲକୁ ସ୍ୱାଗତ କରୁଛୁ, ଏହାକୁ କେହି ବିରୋଧ କରୁନାହାଁନ୍ତି।’ ସେ କହିଛନ୍ତି ଯେ ଉପନିର୍ବାଚନର ଫଳାଫଳ କୃଷକ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇଛି, ଯେଉଁଥିପାଇଁ ସରକାର ଆସନ୍ତା ୫ଟି ବିଧାନସଭା ନିର୍ବାଚନରେ ​​ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛନ୍ତି।

related posts

Leave a Comment