Home Breaking News / ତାଜା ଖବର ସାଥି ସଂଗଠନର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସାଥି ସଂଗଠନର ବାର୍ଷିକ ଉତ୍ସବ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଥି ସଂଗଠନର ବାର୍ଷିକ ଉତ୍ସବ କୁନ୍ଦୁରା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟ ବକ୍ତା ଗଦାଧର ପରିଡା, ସମ୍ମାନନୀୟ ଅତିଥି କୋରାପୁଟ ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ଯୋଗଦେଇଥିଲେ ।
ସଭାପତି ଚନ୍ଦ୍ର ଶେଖର ରଥ ସଭା ପରିଚାଳନା କରିଥିଲେ ଓ ସମ୍ପାଦକ ହରିଶ୍ ବେହେରା ବିବରଣୀ ପାଠ କରିଥିଲେ । ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା ଓ କୁନ୍ଦୁରା ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପାରମ୍ପରିକ ବୈଦ, ଧାଇ ଚେର ମୁଳ ବ୍ୟବହାର କରି ନିଃସ୍ଵାର୍ଥ ଭାବେ ସେବା ଯୋଗାଇ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଗୁପ୍ତେଶ୍ୱର ପାଣିଗ୍ରାହୀ , ଗୋପାଳ ସାବତ, ପ୍ରଫୁଲ୍ଲ ସ୍ବାଇଁ , ବଦ୍ରିନାଥ ଆଚାର୍ଯ୍ୟ, ସ୍ଵରୁପ ଦାସ , ରାମକୃଷ୍ଣ ସାବତ, ରାଧାନାଥ ଭଟ୍ଟ, ରାଧାପ୍ରାସାଦ ପାତ୍ର କୁନ୍ଦୁରା ବ୍ଳକ ଅନ୍ତର୍ଗତ ବିଭିନ୍ନ ସମାଜର ସଭାପତି ଓ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ ।

related posts

Leave a Comment