Home Breaking News / ତାଜା ଖବର ୧ଡିସେମ୍ବର ପର୍ଯ୍ୟନ୍ତ ୮ ରାଜ୍ୟଙ୍କ ଲାଗି IMDଙ୍କ ସତର୍କତା

୧ଡିସେମ୍ବର ପର୍ଯ୍ୟନ୍ତ ୮ ରାଜ୍ୟଙ୍କ ଲାଗି IMDଙ୍କ ସତର୍କତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ୮ ରାଜ୍ୟଙ୍କ ଲାଗି ବର୍ଷାପୂର୍ବାନୁମାନ ଜାରି କରିଛନ୍ତି। ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ପୂର୍ବାନୁମାନ ଜାରି ହୋଇଥିବା ବେଳେ ଏହି ସବୁ ରାଜ୍ୟମାନଙ୍କରେ ମଧ୍ୟମରୁ ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଉତ୍ତର ଭାରତରେ ଶୀତ ଅନୁଭୂତ ହେଲାଣି। ତାପମାତ୍ରା ନିୟମିତ ହ୍ରାସ ହୋଇଚାଲିଥିବା ବେଳେ ଦକ୍ଷିଣ ଭାରତରେ ବର୍ଷା ଜାରି ରହିଛି।
ପାଣିପାଗ ବିଭାଗଙ୍କ ଅନୁସାରେ ତାମିଲନାଡୁ, ପୁଡୁଚେରୀ, କେରଳ, ଆନ୍ଧ୍ରପ୍ରଦେଶ ଓ ଲକ୍ଷାଦ୍ୱୀପରେ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ମଧ୍ୟମ ବର୍ଷା ହୋଇପାରେ। ଏବେ ଉତ୍ତର-ପୂର୍ବ ପବନ ବେଶ ସକ୍ରିୟରହିଛି, ଏଥିରେ କୋମରିନ୍ ଅଞ୍ଚଳ ଓ ଶ୍ରୀଲଙ୍କା ଉପରେ ଏକ ଘୂର୍ଣ୍ଣିବଳୟ କାରଣରୁ ଏହି ସବୁ ରାଜ୍ୟରେ ବର୍ଷା ତାର ରୂପ ଦେଖାଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି। ଏହା ଛଡା ନଭେମ୍ବର ୨୯ ତାରିଖ ବେଳକୁ ଆରବ ସାଗରରେ ମଧ୍ୟ ଏକ ଘୂର୍ଣ୍ଣିବାତ୍ୟା ଦାନା ବାନ୍ଧିପାରେ। ଆରବ ସାଗରରେ ଘୂର୍ଣ୍ଣିବଳୟ ଯୋଗୁ ଗୁଜରାଟ, ଗୋଆ ଓ ମହାରାଷ୍ଟ୍ରରେ ବର୍ଷା ଆଶଙ୍କା କରାଯାଉଛି। ଆଇଏମଡି ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ନ ଯିବା ଲାଗି ଚେତାବନୀ ଦେଇଛନ୍ତି। ତାମିଲନାଡୁରେ ଶନିବାର ମଧ୍ୟ ବର୍ଷା ହୋଇଛି ଚେଙ୍ଗଲପଟ୍ଟୁ, କୁଡ୍ଡଲୋର, ଥିରୁଭେଲୁର, କାଞ୍ଚିପୁରମ, ଚେନ୍ନାଇ, କରଇକଲ ଓ ମଇଲାଦୁଥୁଦରାଇରେ ଉତ୍ତମ ବର୍ଷା ରେକର୍ଡ ହୋଇଛି। ତାମିଲନାଡୁରେ ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହେଲାଣି। ଏବେ ତାମିଲନାଡୁ ଓ କେରଳରେ ଅତ୍ୟାଧିକ ବର୍ଷା ଲାଗି ବନ୍ୟା ଭଳି ପରିସ୍ଥିତି ଉପୁଜିଛି।

related posts

Leave a Comment