Home Breaking News / ତାଜା ଖବର ବିଶ୍ୱରେ ଓମିକର୍ନ ଭୂତାଣୁକୁ ନେଇ ଆତଙ୍କ, ସମ୍ମିଳନୀ ବାତିଲ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଭାରତରେ କଣ ସ୍ଥିତି ଜାଣନ୍ତୁ?

ବିଶ୍ୱରେ ଓମିକର୍ନ ଭୂତାଣୁକୁ ନେଇ ଆତଙ୍କ, ସମ୍ମିଳନୀ ବାତିଲ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଭାରତରେ କଣ ସ୍ଥିତି ଜାଣନ୍ତୁ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ଠାବ ହୋଇଥିବା କରୋନାର ନୂଆ ଭୂତାଣୁ, ଯାହାକୁ ଓମିକର୍ନ ବୋଲି ନାମକରଣ କରାଯାଇଛି, ତାହା ବାରମ୍ୱାର ରୂପ ବଦଳାଇବାରେ ବେଶ୍ ମାହିର । ଯାହା ଏବେ ବିଶ୍ୱରେ ଚିନ୍ତାର କାରଣ ହେଲାଣି । ନୂଆ ଭୂତାଣୁକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକର୍ନ ନାମ ଦେଇଛି । ଏହାର ପ୍ରଭାବ ବର୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଉପରେ ପଡିଛି । ନଭେମ୍ୱର ୨୬ରୁ ହେବାକୁ ଥିବା ବୈଠକକୁ ଏହି ନୂଆ କରୋନା ଭୂତାଣୁ କାରଣରୁ ବାତିଲ କରିଦିଆଯାଇଛି । ଏହାକୁ ନେଇ ବୟାନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା କାରଣରୁ ବିଭିନ୍ନ ଦେଶ ଗୁଡିକରୁ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲାଗି ଗଲାଣି । ତେଣୁ କିଛି ରାଷ୍ଟ୍ରର ସଦସ୍ୟଙ୍କୁ ଜେନେଭାରେ ଅଟକାଯିବା ନେଇ ଆଶଙ୍କା ରହିଥିଲା । କରୋନା ସ୍ଥିତି ସୁଧୁରିଲେ ଏହି ବୈଠକ ନେଇ ଆଗାମୀ ସମୟରେ ନିଷ୍ପତି ନିଆଯିବ ବୋଲି ନିର୍ଣ୍ଣୟ ହୋଇଛି ।

ବିମାନ ସେବା ବାତିଲ କଲେଣି ଅନେକ ଦେଶ
ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା ଏହି ନୂଆ ଭୂତାଣୁ ଓମିକର୍ନ କାରଣରୁ ଆମେରିକା ଏହାର ବିମାନସେବା ଦକ୍ଷିଣ ଆଫ୍ରିକାକୁ ବାତିଲ କରିଛି । ଇଉରୋପର କିଛି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ବାତିଲ କରିଛନ୍ତି । ଦ.ଆଫ୍ରିକା ଆଖପାଖ ରାଷ୍ଟ୍ର ଗୁଡିକରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସଂଗରୋଧ ବାଧ୍ୟତାମୂଳକ ବି କରାଯାଇଛି । ଗତ ୧୫ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ସମସ୍ତ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏପରି ସମୟରେ ଭାରତ ସରକାର ବିଦେଶ ବିମାନ ସେବା ଉପରେ କୌଣସି ନିଷ୍ପତି ନେଇନାହାନ୍ତି । ଦକ୍ଷିଣ ଆଫ୍ରିକା ପରି ରାଷ୍ଟ୍ରକୁ ବିମାନସେବା ବନ୍ଦ କରିବାକୁ କେନ୍ଦ୍ରକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

related posts

Leave a Comment