Home Breaking News / ତାଜା ଖବର ବଢିଲା କଟକଣା, ଗାଡ଼ିରେ ଗଲା ବେଳେ ମାସ୍କ ନପିନ୍ଧିଲେ ଲାଗିବ ୫ ଶହ ଟଙ୍କା ଜୋରିମାନା

ବଢିଲା କଟକଣା, ଗାଡ଼ିରେ ଗଲା ବେଳେ ମାସ୍କ ନପିନ୍ଧିଲେ ଲାଗିବ ୫ ଶହ ଟଙ୍କା ଜୋରିମାନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ : କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । କୋଭିଡ ତୃତୀୟ ଲହର ଆଶଙ୍କାକୁ ଦେଖି କଠୋର ହୋଇଛନ୍ତି ମହାରାଷ୍ଟ୍ର ସରକାର । ରାସ୍ତାରେ ଗଲାବେଳେ ଗାଡି ଭିତରେ ନିୟମ ଭାଙ୍ଗିଲେ ଜରିମାନା ହେବ ।

ବସ ବା ଟ୍ୟାକ୍ସି ଭିତରେ ଯଦି କେହି ନିୟମ ଭାଙ୍ଗନ୍ତି ୫ ଶହ ଟଙ୍କା ଜରିମାନା ଲାଗିବ । ଏହାସହ ସଂପୃକ୍ତ ଗାଡିର ଡ୍ରାଇଭର, ହେଲପର ବା କଣ୍ଡକ୍ଟରଙ୍କୁ ମଧ୍ୟ ୫ ଶହ ଫାଇନ ହେବ । ବସ ଭିତରେ ନିୟମ ଭାଙ୍ଗିଲେ ଟ୍ରାନ୍ସପୋର୍ଟ ଏଜେନ୍ସି ମାଲିକଙ୍କୁ ହଜାରେ ଫାଇନ ଲାଗିବ ।

କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ସମଗ୍ର ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକା ସମେତ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍‌ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି।କରୋନାର ନୂଆ ଭାରିଏଣ୍ଟକୁ ନେଇ ସାରା ବିଶ୍ବକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।ଏହି କରୋନା ଭାଇରସ ପୂର୍ବରୁ ଦେଖାଯାଇଥିବା ଡେଲଟା ଭାଇରସଠାରୁ ଅଧିକ ମାରତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି ।

related posts

Leave a Comment