Home Breaking News / ତାଜା ଖବର ବାସୁଦେବପୁରରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

ବାସୁଦେବପୁରରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର- ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସର ରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଭିଡିଓ କନଫରେନ୍ସ ମାଧ୍ୟମରେ ଆରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ବାସୁଦେବପୁର ର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ସହ ବିଡିଓ ସତ୍ୟଜିତ ରାଉତ, ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, , ବ୍ଲକଉପାଧ୍ୟକ୍ଷ ସୁଶାନ୍ତ କୁମାର ବିଶ୍ବାଳ , ତହସିଲଦାର, ଅତିରିକ୍ତ ତହସିଲଦାର, ପୌର ପାଳୀକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ୍ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନର ବିଷୟ ରେ ସମସ୍ତ ଅତିଥି ମାନେ ଆଲୋଚନା ରଖିଥିଲେ। ବାସୁଦେବପୁର ପଞ୍ଚାୟତ ର ସମସ୍ତ ପଞ୍ଚାୟତ ରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ବୋଲି ବିଡିଓ ସତ୍ୟଜିତ ରାଉତ ପ୍ରକାଶ କରିବା ସହ ସ୍ଵାସ୍ଥ୍ୟ କାର୍ଡ ବିଷୟରେ ସମସ୍ତ ବିବରଣୀ ଉଲ୍ଲେଖ କରିଥିଲେ। ଆଜିର ଏହି କାର୍ଯ୍ୟ କର୍ମରେ ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।

related posts

Leave a Comment