Home Breaking News / ତାଜା ଖବର ଦିଲ୍ଲୀରେ ଥମୁନି ପ୍ରଦୂଷଣ, ଆଜିଠାରୁ ଲାଗୁ ହୋଇଛି କଡ଼ା ନିୟମ

ଦିଲ୍ଲୀରେ ଥମୁନି ପ୍ରଦୂଷଣ, ଆଜିଠାରୁ ଲାଗୁ ହୋଇଛି କଡ଼ା ନିୟମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଆଜିଠାରୁ ଲାଗୁ ହୋଇଛି କଡ଼ା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିଛି ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ ଯାଏ ବଳବତ୍ତର ରହିବ । ପ୍ରଦୂଷଣ ମୁକାବିଲା ଲାଗି ଗତ ୨୪ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ ଯେ, ପ୍ରଦୂଷଣ ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ନିଷ୍ପତ୍ତି ଅନୁସାରେ କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ସାଧାରଣ ସ୍ତରକୁ ଆସିବ ବୋଲି ଆଶା କରାଯାଉଥିଲା ।

related posts

Leave a Comment