Home Breaking News / ତାଜା ଖବର ଏକଲବ୍ୟ ବିଦ୍ୟାଳୟ ସ୍ଥାପନକୁ ବିରୋଧ ଅନ୍ୟତ୍ର ସ୍ଥାନାନ୍ତରିତ କରାନଗଲେ ଆନ୍ଦୋଳନ କରିବାକୁ ୩ ଖଣ୍ଡର ଗ୍ରାମ ବାସୀଙ୍କ ବେଲଭଟା ବଡ଼ଡାଙ୍ଗୁ ପଦର ଠାରେ ଵୈଠକ

ଏକଲବ୍ୟ ବିଦ୍ୟାଳୟ ସ୍ଥାପନକୁ ବିରୋଧ ଅନ୍ୟତ୍ର ସ୍ଥାନାନ୍ତରିତ କରାନଗଲେ ଆନ୍ଦୋଳନ କରିବାକୁ ୩ ଖଣ୍ଡର ଗ୍ରାମ ବାସୀଙ୍କ ବେଲଭଟା ବଡ଼ଡାଙ୍ଗୁ ପଦର ଠାରେ ଵୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୬/୧୧ -(ଧନେଶ୍ବର ରାଉତ)-ଓଡିଶାକୁ ଉନତ୍ତ ମାନର ଶିକ୍ଷା ସେବା ପହଞ୍ଚାଇବା ପାଇଁ ଓଡିଶାକୁ କେନ୍ଦ୍ରୀୟ ଅନୁଦାନରେ ଏକଲବ୍ୟ ମଡେଲ ବିଦ୍ୟାଳୟ ର ଶିଳାନ୍ୟାସ କରିଛନ୍ତି ମାନନୀୟ ଯସସ୍ୱୀ ପ୍ରଧାନ ମନ୍ତ୍ରୀ ନଭେମ୍ବର ମାସ ୧୫ ତାରିଖ ଦିନ କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକଲବ୍ୟ ମୋଡେଲ ରେସିଡେଣ୍ଟାଲ୍ ସ୍କୁଲ୍ ର ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି, ଏହି ବିଦ୍ୟାଳୟ ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡ଼ା ଗାଁ ପାଖରେ ସ୍ଥାପନ ହେବ ଯାହା ଦ୍ୱାରା ଏଇ ଆଖପାଖ ଅଂଚଳର ଗାଁ ମନାଇଗୁଡ଼ା, ପ୍ରଧାନିଗୁଡ଼ା,ଓ ରେଖାଲିଗୁଡ଼ା ଗାଁ ଜମିହରା ହେବାକୁ ପଡ଼ିବ ତାସହ ପୂର୍ବପୁରୁଷରୁ ଚାଷ କାମ କରି ଜୀବନଜୀବିକା କରୁଥିବା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇ ପଡ଼ିବ ବୋଲି ଏଇ ଵୈଠକରେ ଚିନ୍ତାପ୍ରକଟ କରି ତିନି ଖଣ୍ଡ ଗ୍ରାମବାସୀ ର ଲୋକେ ଏକ ହୋଇ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ବେଲଭଟା ବଡ଼ଡାଙ୍ଗୁ ପଦର ଠାରେ ବ୍ଲକ ବହୁଜନ ସମାଜ ପାର୍ଟି କର୍ମକର୍ତ୍ତାଙ୍କ ତତ୍ତ୍ଵାବଧାନରେ ଏଇ ଵୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତି କ୍ରମେ ଏହି ବିଦ୍ୟାଳୟର ସ୍ଥାପନକୁ ଅନ୍ୟତ୍ର ସ୍ଥାନାନ୍ତରିତ ହେଇ ଆଉ ଯଦି ନ ହେଲେ ଏହାକୁ ବିରୋଧ କରାଯିବ ବୋଲି ଏହି ଵୈଠକରେ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଏଥିରେ ବହୁଜନ ସମାଜ ପାର୍ଟି ର ବ୍ଲକ ସଭାପତି କେଶରୀ ଭାତ୍ରା, ବ୍ଲକ ପ୍ରଭାରୀ, ଯାଗାମ୍ ବେନିଆ, ପୂର୍ବତନ ସରପଂଚ ସାରାବୁ ନିଶିକା, ପଞ୍ଚାୟତ ସଭାପତି ବିଶିକେଶନ ଵାଘ୍ , ପଞ୍ଚାୟତ ସେକ୍ରେଟାରୀ ମନୁ ପିଡିସିକାଙ୍କ ସହ ଦଳୀୟ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ତିନି ଖଣ୍ଡ ଗ୍ରାମରୁ ୧୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ସେହିଭଳି ଅନୁରୂପ ଅଭିଯୋଗ କରିଛନ୍ତି କଲ୍ୟାଣସିଙ୍ଘପୁର ବ୍ଲକ ର ବୁଡ଼ାଗୁଡା ସେରିଗୁମାର ଗ୍ରାମବାସୀ ତାଙ୍କର ଅଭିଯୋଗ ହେଲା କିଛି ମୁଷ୍ଟିମେୟ ନେତା ନିଜର ପରାକାଷ୍ଠା ଦେଖାଇ ଚଞ୍ଚକତା କରି ସେ ଅଞ୍ଚଳକୁ ନେଇ ନିଜେ ଫାଇଦା ଉଠାଇବା ପାଇଁ ଯୋଜନା କରୁଛନ୍ତି। ଏହାକୁ ଯଦି ସ୍ଥାନାନ୍ତରିତ କରି ସିକାର୍ପଇ ଅଞ୍ଚଳକୁ ଅଣା ନ ଯାଏ ତା ହେଲେ ଆଗକୁ ଏହାର ବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଅଂଚଳ ବସି। ଉଲେଖ ଯୋଗ୍ୟ ଏହିକିଯେ ସିକାର୍ପଇ ଏକ ଛକ ଜାଗା ଯେଉଁଥିରେ ଅନେକ ସୁବିଧା ରହିଛି ରେଳ ଯାତାୟାତ, କାଶୀପୁର କଳାହାଣ୍ଡି କୋଲନରା ଅଞ୍ଚଳକୁ ଗମନା ଗମନର ସୁବିଧା ସାଙ୍ଗକୁ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଯଥେଷ୍ଟ ଜମି ରହିଛି ଏହା ସହ ସେ ଅଞ୍ଚଳରେ ଅଧିକ ଲୋକ ଜମି ହରା ହେବେ ଯାହା ଫଳରେ କି ଗରିବ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ ଏଥି ସହ ସେ ଅଂଚଳରେ ଆଗରୁ ଅନେକ ପ୍ରକଳ୍ପ ଗୁଡିକ ରହିଛି ତେଣୁ ଏହି ପ୍ରକଳ୍ପ କୁ ସ୍ଥାନତାରିତ କରିବାକୁ ଦାବୀ ହେଉଛି।

related posts

Leave a Comment