Home Breaking News / ତାଜା ଖବର ମୌଳିକ ସୁବିଧା ପାଇବା ପାଇଁ ଧଡପାସ୍ ୱ।ର୍ଡବାସୀଙ୍କ ଭୋଟ ବର୍ଜନ ଚେତାବନୀ

ମୌଳିକ ସୁବିଧା ପାଇବା ପାଇଁ ଧଡପାସ୍ ୱ।ର୍ଡବାସୀଙ୍କ ଭୋଟ ବର୍ଜନ ଚେତାବନୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ- ୨୫/୧୧-(ଧନେଶ୍ବର ରାଉତ)-
ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପରେ ମଧ୍ୟ ଆଜି ବି ଗାଁ ଗୁଡିକୁ ରାସ୍ତା ଅଛି ନା ପିଇବା ପାଣି l ଏପରି କି ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ରୋଜଗାର ଭଳି ସବୁ ପାରିପାର୍ଶିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ ସରକାର ଙ୍କ ଗ୍ରାମ ବିକାଶ ଯୋଜନା କେବଳ ଯୋଜନା ରେ ହିଁ ସୀମିତ। ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧଡପାସ୍ଓ୍ବାର୍ଡରେ।ଏହି ଓ୍ବାର୍ଡରେ ଧଡପାସ୍,ବଣ୍ଡାଦୋରା ଏବଂ କକିଡିସେମୀ ନାମରେ ରହିଛି ତିନଟିଗ୍ରାମ। ପାହାଡିଆ ଆଦିବାସୀ ଅଧ୍ୟୁଷିତ ଇଲାକା ତିନୋଟି ଯାକ ଗାଁ ରେ ସରକାର ଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସାତ ସପନ ପାଲଟି ଥିବା ବେଳେ ବଣ୍ଡାଦୋରା ଗାଁ ରାସ୍ତା ରେ ବୋଝଉପରେ ନଳିତା ବିଡା ସଦୃଶ ପଡ଼ିଥାଏ ଏକ ନଦୀ। ଏହି ନଦୀ ଉପରେ ପୋଲଟିଏ ନିର୍ମାଣ ଓ ଓ୍ବାର୍ଡ ଅନ୍ତର୍ଗତ ତିନଟି ଗ୍ରାମ କୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦ୍ବାରା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ବ୍ଲକ ଠାରୁ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଠାରୁ ସାଂସଦ ପର୍ଯ୍ୟନ୍ତ ଗୁହାରୀ ଜଣାଇବା ପରେ ମଧ୍ୟ କେବଳ ପ୍ରତିଶ୍ରୁତି ରେ ସମସ୍ୟା ସୀମିତ ରହିଥିବା ଅଭିଯୋଗ କରିଛନ୍ତି ଓ୍ବାର୍ଡବାସୀ। ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହେତୁ ଆମ୍ବୁଲାନ୍ସ ତ ଦୂରର କଥା ସାଧାରଣ ସାଇକେଲ କିମ୍ବା ବାଇକ୍ ରେ ଯିବାଆସିବା କରିବା ମଧ୍ୟ ସମ୍ଭବ ନୁହେଁ। ଫଳରେ ସାଧାରଣ ରୋଗୀ ଟିଏ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ନପାରି ଯନ୍ତ୍ରଣା ଭୋଗୁଥିବା ବେଳେ ଜନନୀ ଯନ୍ତ୍ରଣା ଭୋଗୁଥିବା ନାରୀ ଖଟିଆ ରେ ବୁହା ହେଉଥାଏ।ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୃଦ୍ଧବୃଦ୍ଧା ୧୦ରୁ୧୫କି.ମି ଚାଲି ଚାଲି ଗ୍ରାମପଞ୍ଚାୟତ ସଦର ସ୍ଥାନ କୁ ଯାଉଥିବା ବେଳେ ଟଙ୍କା କିଆ ଚାଉଳ ବୋହି ଗାଁ କୁ ନେବା ସମସ୍ତ ଙ୍କ ମୁଣ୍ଡବ୍ୟଥା ହୋଇଥାଏ। ଆଉ ରହିଛି ପିଇବା ପାଣି ର ସମସ୍ୟା। ଗାଁ ମାନଙ୍କରେ ସରକାରୀ ନଳକୂପ ରହିଛି ସତ, କିନ୍ତୁ ସେଗୁଡ଼ିକ କେଉଁ କାଳରୁ ହେଲାଣି ଅଚଳ ଯନ୍ତ୍ରୀ ଙ୍କ ଦେଖା ନାହିଁ l ଜୀବନ ବଞ୍ଚାଇବାକୁ ଯାଇ ଜହର ପିଇଲା ଭଳି ପାନୀୟ ଜଳ ଅଭାବରୁ ନଦୀ ଏବଂ ଝରଣାର ଦୂଷିତ ପାଣିକୁ ବ୍ୟବହାର କରି ଅନେକ ସଂକ୍ରାମକ ରୋଗର ସ୍ବୀକାର ହେଉଥିବା ଅଭିଯୋଗ କରିଛନ୍ତି ଧଡପାସ୍ ଓ୍ବାର୍ଡ ତଥା ଧଡପାସ୍, ବଣ୍ଡାଦୋରା ଏବଂ କକିଡିସେମୀ ଗ୍ରାମବାସୀ।ଡଙ୍ଗାସିଲ ଗ୍ରାମପଞ୍ଚାୟତ ର ସରପଞ୍ଚ, ନିର୍ବାହୀ ଅଧିକାରୀ ଏବଂ କାଶୀପୁର ବ୍ଲକ Rwss ରେ କାର୍ଯ୍ୟରତ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପାନୀୟ ଜଳ ସଙ୍କଟ ର ସମ୍ମୁଖୀନ ହୋଇଥିବା କହିଛନ୍ତି ଓ୍ବାର୍ଡବାସୀ। ଓ୍ବାର୍ଡର କିଛି ୬୦ ବର୍ଷ ରୁ ଅଧିକ ବୟସ୍କ ଅସହାୟ ବୃଦ୍ଧା ବୃଦ୍ଧ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିବା ଏବଂ ବଣ୍ଡାଦୋରା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବାଦ୍ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ବିଭିନ୍ନ ପଞ୍ଚାୟତ ଓ ସାଧାରଣ ନିର୍ବାଚନ ରେ ମାଳ ମାଳ ନେତା ଆସି କେବଳ ସାନ୍ତ୍ଵନା ମୂଳକ ପ୍ରତିଶ୍ରୁତି ଦେଇ କୈାଣସି କାର୍ଯ୍ୟ କରୁନଥିବା ରୁ ତାହାର ପ୍ରତିବାଦ ସ୍ବରୂପେ ଆସନ୍ତା ୨୦୨୨ ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରେ ସମ୍ପୂର୍ଣ୍ଣ ଭୋଟ ବର୍ଜନ କରିବା ପାଇଁ ଉଭୟ ପ୍ରଶାସନ ଓ ସରକାର ଙ୍କୁ ଆବାହନ ଦେଇଛନ୍ତି ଓ୍ବାର୍ଡବାସୀ। ସୂଚନା ଯୋଗ୍ୟ ଏହିକିଯେ ଏହି ଅଂଚଳରେ ଉତ୍କଳ ଆଲୁମିନା କାରଖାନା ରହିଛି ଏହାର ନୈତିକତା ରହିଛି କି ପରିପାର୍ସୀକ ଉନତି କରଣ ପାଇଁ ବ୍ୟୟ କରାଯାଉଥିବା ଅର୍ଥ ଏଭଳି କାମରେ ଲଗାଇ ଲୋକଙ୍କୁ ବାହ୍ୟ ଜଗତ ସହ ସଂଯୋଗ କରବା କଥା କିନ୍ତୁ ଏଥିରେ ଜଣା ପଡୁଛି ଦୀପ ତଳ ଅନ୍ଧାର ଭଳି କାରଣ ଯେଉଁ ଅଂଚଳରୁ ଖଣି ଖଦାନ ରହିଛି ସେ ଅଂଚଳ ଏପରି ଅବସ୍ଥା କାହିଁକି ତାହା ଚିନ୍ତାଜନକ ଅଟେ। ବିକାଶ ପାଇଁ ଏକ ନମ୍ବର କହୁଥିବା ରାଜ୍ୟ ସରକାର ଏପରି ଗାଁ କୁ କାହିଁକି ଦୃଷ୍ଟି ଦେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

related posts

Leave a Comment