Home Breaking News / ତାଜା ଖବର ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁରକ୍ଷା ମଞ୍ଚର ବିରୋଧ

ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁରକ୍ଷା ମଞ୍ଚର ବିରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -26/11(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ନିର୍ମାଣ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁରକ୍ଷା ମଞ୍ଚ ବିରୋଧକରୁଛି l ଫଳରେ ଏହା ବିରୁଦ୍ଧରେ ପ୍ରତିବାଦ କରି ଗୁରୁବାର ଦୂର୍ଗା ପୂଜା କମିଟି ଓ ବଜାର କମିଟି ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା l ଏହାପରେ ବ୍ଲକର ସମସ୍ତ ଶହ ଶହ ଜଗନ୍ନାଥଙ୍କ ପ୍ରେମୀ ଏକାଠି ହୋଇ ଏହାର ପ୍ରତିବାଦ କରିବାକୁ ତହସିଲ ଅଫିସ୍ କୁ ଯାଇଥିଲେ ।
ସେଠାରେ ତହସିଲଦାର ଲକ୍ଷ୍ମୀ ଧର ରାଉତଙ୍କ ଅନୁପସ୍ଥିତିରେ ନାଜିର ସୁଭେନ୍ଦ୍ର କୁମାର ସାହୁଙ୍କୁ ମନ୍ଦିର ସମନ୍ଧୀୟ ସମସ୍ତ କାଗଜ ପତ୍ର ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁରକ୍ଷା ମଞ୍ଚ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି କୁ ତହସିଲଦାର ଆଜି ଏହି ବିବାଦର ଶୁଣାଣି କରିବା ପାଇଁ ଡ଼କାଇଥିଲେ।ତହସିଲଦାର ରି ଭ୍ୟୁ ମୀଟିଙ୍ଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇଥିବାରୁ ପୁଣି ୩୦/୧୧/୨୦୨୧ ଶୁଣାଣି କରିବା ପାଇଁ ଏକ ତାରିଖ ଦେଇଥିଲେ।ଗତକାଲି ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ,ଉପସଭାପତି ପଣ୍ଡିତ କୁମାର ବିଶୀମଝି,ସମ୍ପାଦକ ଧବଳେଶ୍ଵର ପାତ୍ର କଞ୍ଜାମେଣ୍ଡି ସରପଞ୍ଚ ସନିରା ପ୍ରଧାନ, ସିର୍ତିଗୁଡ଼ା ସରପଞ୍ଚ ବନମାଳୀ ପ୍ରଧାନଙ୍କ ସମେତ ବ୍ଲକର ସହ ସହ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ।
ଜଗନାଥ ମନ୍ଦିର କୁ ଜାଣିଶୁଣି ଏକ ନିର୍ଦିଷ୍ଟ ଗୋଷ୍ଠୀ ଉଦେଶ୍ୟ ମୂଳକ ଭାବେ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କମିଟି ସଦସ୍ୟ ମାନେ କହିଛନ୍ତି

related posts

Leave a Comment