Home Breaking News / ତାଜା ଖବର ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ସ୍ଵୟଂ ସହାୟକ ଗୋଷ୍ଠୀ ସମୀକ୍ଷା ବୈଠକ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ସ୍ଵୟଂ ସହାୟକ ଗୋଷ୍ଠୀ ସମୀକ୍ଷା ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଥିଲେ। ପ୍ରଥମେ ପଶଲୁଣ୍ଡା ଠାରେ ଥିବା ବିଜୁ ଯୁବ ବାହିନୀ ନୂତନ ଗୃହ ଓ କ୍ଲବ ଘର ଉଦଘାଟନ କରିବା ସହ ଶ୍ରୀକୃଷ୍ଣ ପୁର ଅଙ୍ଗନ୍ଵାଡ଼ି, ନୂତନ ଭାଗବତ ଘର,ପଟାମୁଣ୍ଡାଇ କେନାଲ ନୂତନ ପୋଲ, ଅଡମ ଠାରେ ନୂତନ ପାନୀୟ ଜଳ ପ୍ରକଳ୍ପ, ମାଳିହତା ଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ କୁ ଉଦଘାଟନ କରିଥିଲେ। ପରେ ମାଳିହତା ଠାରେ ମିଶନ ଶକ୍ତି ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗ ଦେଇ ଗ୍ରାମୀଣ ମହିଳାଙ୍କ ଜୀବନଧାରାରେ ସ୍ୱୟଂ ସହାୟକ ଗୋଷ୍ଠୀ ବଡ ପରିବର୍ତ୍ତନ ଆଣିପାରିଛି।ଗ୍ରାମାଞ୍ଚଳରେ ମହିଳା ମାନଙ୍କ ଅର୍ଥନୈତିକ ବିକାଶ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି। ଏପରିକି ମହିଳା ମାନଙ୍କ ଉନ୍ନତି ପାଇଁ ନବୀନ ପଟ୍ଟନାୟକ ସ୍ଵାସ୍ଥ୍ୟ ବୀମା ଠାରୁ ଆରମ୍ଭ କରି ନିର୍ବାଚନରେ ସ୍ଥାନ ସଂରକ୍ଷଣ କରିଛନ୍ତି। ସେହିପର
ଏସଏଚଜି ଗ୍ରୁଫ ଗୁଡିକ ସରକାରୀ ଯୋଜନାର ସୁବିଧା ସୁଯୋଗ ପାଇବା ଦ୍ୱାରା ସେମାନଙ୍କ ପରିବାର ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ବୋଲି ସମୀକ୍ଷା ବୈଠକ ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ମତବ୍ୟକ୍ତ କରିଥିଲେ।
ଏହି ବୈଠକରେ ସିଡିପିଓ ପ୍ରମୋଦିନୀ ଦାଶ ସଭାପତିତ୍ୱ କରିଥିବା ବେଳେ ଏଥିରେ! ବ୍ଲକ ଅଧ୍ୟକ୍ଷ ଶରତ ନାୟକ
ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment