Home Breaking News / ତାଜା ଖବର କରୋନା ଠାରୁ ଭୟଙ୍କର ନୂଆ ଭାରିଆଂଟ, ୩୦ ଥର ବଦଳାଇ ସାରିଲାଣି ରୂପ

କରୋନା ଠାରୁ ଭୟଙ୍କର ନୂଆ ଭାରିଆଂଟ, ୩୦ ଥର ବଦଳାଇ ସାରିଲାଣି ରୂପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ଦେଖା ଦେଇଥିବା ନୂଆ କରୋନା ଭୂତାଣୁ ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଲାଣି । ଏହି ନୂଆ ଭୂତାଣୁର ଭୟାବହତା ଜଣାପଡିବା ପରେ ପୁରା ବିଶ୍ୱ ସତର୍କ ହୋଇଗଲାଣି । ନୂଆ ଭୂତାଣୁର ସବୁଠାରୁ ସାଂଘାତିକ ଦିଗ ହେଉଛି ଏହା ଅତ୍ୟନ୍ତ ମାରାତ୍ମକ । ବର୍ତମାନ ବିଶ୍ୱର କିଛି ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଗଲାଣି । ଏପରି ସମୟରେ ଦକ୍ଷିଣ ଆଫ୍ରିକାରୁ ଏହି ନୂଆ ଭାରିଆଂଟ ଚିହ୍ନଟ ହୋଇଛି ।
-ଦକ୍ଷିଣଅଫ୍ରିକାରୁ କରୋନାର ନୂଆ ଭୂତାଣୁ ଚିହ୍ନଟ
-ନୂଆ ଭାରିଆଂଟର ନାମ ବି .୧.୧.୫୨୯
-ଏହି ନୂଆ ଭାରିଆଂଟର ସଂକ୍ରମଣ ଅତି ଦ୍ରୁତ ଭାବରେ ବ୍ୟାପୁଛି
-ନୂଆ ଭୂତାଣୁ ୩୦ରୁ ଅଧିକ ଥର ବଦଳାଇ ସାରିଲାଣି ରୂପ

ନୂଆ ଭୂତାଣୁ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି । ବିଦେଶରୁ ଆସୁଥବା ସମସ୍ତ ଯାତ୍ରୀଙ୍କ କରୋନା ପରୀକ୍ଷା ହେବ ଏବଂ ସ୍କ୍ରିନିଂ କରାଯିବ । ଦକ୍ଷିଣ ଆଫ୍ରିକା ପରି ସଂକ୍ରମିତ ଦେଶରୁ ଆସୁଥିଲେ କରୋନା ପରୀକ୍ଷା ପରେ ୧୦ ଦିନ ବାଧ୍ୟତାମୂଳକ ସଂଗରୋଧ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଏହି ନୂଆ ଭାରିଆଂଟ କ୍ରମାଗତ ଭାବରେ ରୂପ ବଦଳାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କଲାଣି । ୩୦ରୁ ଅଧିକ ଥର ରୂପ ବଦଳାଇ ସାରିଥିବାରୁ ଏହା ବର୍ତମାନ ସୁଦ୍ଧା ଦେଖା ଦେଇଥିବା ସମସ୍ତ କରୋନା ଭୂତାଣୁ ଅପେକ୍ଷା ଅଧିକ ଘାତକ ହେବ ବୋଲି କୁହାଯାଉଛି । ଏହାର ସମ୍ପୂର୍ଣ୍ଣ ଅନୁଧ୍ୟାନ ନସରିବା ଯାଏଁ ସମସ୍ତଙ୍କୁ ସତର୍କତା ଅବଲଂବନ କରିବାକୁ ପରାମର୍ଶ ଦିଆଯାଇଛି ।

related posts

Leave a Comment