Home Breaking News / ତାଜା ଖବର କୁକୁର କାମୁଡି ଛିଣ୍ଡାଇଦେଲା ମଡେଲଙ୍କ ଓଠ, ଅପରେସନରେ ଖର୍ଚ୍ଚ ହେଲା ୩ କୋଟି

କୁକୁର କାମୁଡି ଛିଣ୍ଡାଇଦେଲା ମଡେଲଙ୍କ ଓଠ, ଅପରେସନରେ ଖର୍ଚ୍ଚ ହେଲା ୩ କୋଟି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏବେ ଘରେ କୁକୁର ପାଳିବା ଏକ ସୈାଖିନ ହୋଇଗଲାଣି । କିନ୍ତୁ ଆମେରିକାର ଜଣେ ମଡେଲଙ୍କୁ କୁକୁର ପାଳିବା ମହଙ୍ଗା ପଡିଛି । କୁକୁର ଏପରି କାଣ୍ଡ ଘଟାଇଛି ଯାହାକୁ ସେ ଜୀବନରେ ବି ଭୁଲି ପାରିବେ ନାହିଁ । କୁକୁର ପାଇଁ ତାଙ୍କୁ ଖର୍ଚ କରିବାକୁ ପଡିଲାଣି ୩ କୋଟିରୁ ଅଧିକ ଟଙ୍କା ।

() ଆମେ କହୁଛି ଆମେରିକାର କାଲି ଫର୍ଣ୍ଣିଆର ମଡେଲ ବ୍ରୁକଲିନଙ୍କ ସହିତ ଘଟିଥିଲା ଅଘଟଣର କଥା । ଘରେ ପାଳିଥିଲେ କୁକୁର । ଆଉ କୁକୁରକୁ ଗେଲ କରିବା ପଡିଲା ମହଙ୍ଗା । ଗତ ବର୍ଷ ନଭେମ୍ୱର ୩ ତାରିଖର ଘଟଣା । ବ୍ରୁକଲିନ୍ ଘରେ ଏକ ପିଟବୁଲ କୁକୁର ପାଳିଥିଲେ । କୁକୁରକୁ ଅତି ଗେଲ ବି କରୁଥିଲେ । ଯେମିତି କୁକୁର ମୁଣ୍ଡରେ ହାତ ରଖିଛନ୍ତି, ହଠାତ୍ ହିଂସ୍ର ହୋଇଉଠିଲା, ପାଲଟି ପଡି ସିଧା ତାଙ୍କ ମୁହଁକୁ କାମୁଡି ଧରିଲା । ଦୁର୍ଭାଗ୍ୟ ଦେଖନ୍ତୁ ସେହିଦିନ ବ୍ରୁକଲିନଙ୍କର ଥିଲା ପ୍ରଥମ ଟିଭି ବିଜ୍ଞାପନ ସୁଟିଂ । ତାହା ସ୍ୱପ୍ନରେ ହିଁ ରହିଗଲା । ଆଉ ଆଗକୁ ସେ କେବେ ବିଜ୍ଞାପନ କରିପାରିବେ କି ନାହିଁ ତାକୁ ନେଇ ସନ୍ଦେହରେ ଅଛନ୍ତି ।
ଏହି ଦୁର୍ଘଟଣା ପରେ ବ୍ରୁକଲିନଙ୍କ ପୁରା କ୍ୟାରିୟର ଶେଷ ପରି ଲାଗୁଛି । କାରଣ କୁକୁର ଆକ୍ରମଣରେ ତାଙ୍କର ନାକ ଏବଂ ଓଠ ପୁରା ନଷ୍ଟ ହୋଇଯାଇଛି । ସାହସ ଜୁଟାଇ ନିଜର ଚିକିତ୍ସା କରାଇବା ସହ ନାକ ଏବଂ ଓଠର ସର୍ଜରୀ କରାଇଛନ୍ତି ବ୍ରୁକଲିନ୍ । ଏଥିରେ ଖର୍ଚ ହେଲାଣି ପ୍ରାୟ ୩ କୋଟି ଟଙ୍କା । ବ୍ରୁକଲିନ୍ ଡାକ୍ତରଖାନାରୁ ବାହାରକୁ ଆସିବା ସମୟରେ ଆଇନାରେ ନିଜ ମୁହଁକୁ ବି ଚାହିଁ ପାରୁନାହାନ୍ତି । ଡାକ୍ତର କହିଛନ୍ତି ଆଗକୁ ମଧ୍ୟ ତାଙ୍କର କିଛି ସର୍ଜରୀ ଆବଶ୍ୟକ ହେବ । ତା ପରେ ଯାଇ ଠିକ୍ ହେବ ଚେହେରା । ଚିକିତ୍ସା ସିନା ହେବ ତାଙ୍କର ପୂର୍ବ ମୁଖ ସୌନ୍ଦର୍ଯ୍ୟ ଫେରିବ କି ନାହିଁ ତାକୁ ନେଇ ସନ୍ଦେହ ଦେଖା ଦେଇଛି ।

related posts

Leave a Comment