Home Breaking News / ତାଜା ଖବର ଲୋକ ଯୋଜନା ଅଭିଯାନ ନିମନ୍ତେ ୨ୟ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଲୋକ ଯୋଜନା ଅଭିଯାନ ନିମନ୍ତେ ୨ୟ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର( ଅକ୍ଷୟ କୁମାର ପୂଜାହାରୀ): ଲୋକ ଯୋଜନା ଅଭିଯାନ ୨୦୨୧ ନିମନ୍ତେ ୨ୟ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଆଜି ସମ୍ବିଧାନ ଦିବସ ପରିପ୍ରେକ୍ଷୀରେ ଭାରତରତ୍ନ ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ,ସ୍ବାଗତ ବକ୍ତବ୍ୟ ପ୍ରଦାନ କରିବା ସହ ସ୍ୱତନ୍ତ୍ର ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଉଷା କୁମାରୀ ନିଜର ବକ୍ତବ୍ୟ ରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ରୁ ଆବଣ୍ଟିତ ଅର୍ଥ ଖସଡ଼ାର ଉପଯୁକ୍ତ କାର୍ଯ୍ୟକାରିତା ଦ୍ୱାରା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ସମ୍ଭବ ବୋଲି କହିବା ସହ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଲୋକ ଯୋଜନା କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l

୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ ଅର୍ଥ କମିଶନ ର ଆବଦ୍ଧ ପାଣ୍ଠିରୁ ୧ ,୯୮ ,୧୧୪୬୦ ଟଙ୍କା ସେହିପରି ଅନାଵଦ୍ଧ ପାଣ୍ଠିରୁ ୧ ,୩୨,୦୭୬୩୨ ଟଙ୍କା ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧ ,୭୪ ,୮୫୯୮୬ ଟଙ୍କାର ପ୍ରସ୍ତାବିତ କାର୍ଯ୍ୟ ପ୍ରକଳ୍ପ ଗୁଡିକୁ ଗୃହରେ ସର୍ବସମ୍ମତି କ୍ରମେ ପାରିତ କରାଯାଇଛି l ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ନିଜ ନିଜର ବିଭାଗ ର ଲୋକ ଯୋଜନା କାର୍ଯ୍ୟକ୍ରମ ଗୁଡିକୁ ଅନ୍ୟ ବିଭାଗ ସହଯୋଗରେ ଯୋଜନା ର କାର୍ଯ୍ୟକାରିତା କୁ ପ୍ରଭାବୀ ଓ ଲୋକାଭିମୁଖୀ କରାଯାଇପାରିବ ତାହା ଉପରେ ବିସ୍ତୃତ ଭାବେ ବୈଠକରେ ଉପସ୍ଥାପନ କରିଥିଲେ l ଜିଲ୍ଲାର ଗ୍ରାମ୍ୟଞ୍ଚଳରେ ନିଆଯାଉଥିବା ପ୍ରତ୍ୟେକ ଲୋକ ଯୋଜନା କାର୍ଯ୍ୟକ୍ରମ କୁ ସମସ୍ତଙ୍କୁ ଉପଲବ୍ଧ ସହ ସୁସମନ୍ୱୟ ରକ୍ଷା ପୂର୍ବକ ସୁବ୍ୟବସ୍ଥିତ ଓ ସୁନିଶ୍ଚିତ କରିବାକୁ ସରକାର ଙ୍କ ନିର୍ଦେଶ ମୁତାବକ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବାକୁ ସଦସ୍ୟ ସଦସ୍ୟା ଗୁରୁତ୍ୱାରୋପ କରିଛନ୍ତି l ଶେଷରେ ଆର ଡବ୍ଲୁ ଏସ ଏସ ନିର୍ବାହୀ ଯନ୍ତ୍ରୀ ବିଭୂପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ /ସଦସ୍ୟା,ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ,ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

related posts

Leave a Comment