Home Breaking News / ତାଜା ଖବର ୨୦୨୨ରେ ଅଛି କେତେ ଛୁଟିଦିନ? ଶନିବାର-ରବିବାର ପାଇଁ ବଳି ପଡିବ ଡର୍ଜନେ ଛୁଟି , ଦେଖନ୍ତୁ

୨୦୨୨ରେ ଅଛି କେତେ ଛୁଟିଦିନ? ଶନିବାର-ରବିବାର ପାଇଁ ବଳି ପଡିବ ଡର୍ଜନେ ଛୁଟି , ଦେଖନ୍ତୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆବର୍ଷ ଆସିବାକୁ ଆଉ ମାତ୍ର ଦେଢ ମାସ ବାକି ରହିଛି । ସମସ୍ତଙ୍କର ଅନୁମାନ ବର୍ଷ ୨୦୨୨ ଖୁସି ଓ ସୁଖ ନେଇ ଆସୁ । ତେବେ ଛୁଟିକୁ ଦେଖିବାକୁ ଗଲେ ବର୍ଷ ୨୦୨୨ କିଛି ଦିଗରୁ ସ୍ୱତନ୍ତ୍ର ରହିବ ।
୨୦୨୧ ପରି ବର୍ଷ ୨୦୨୨ରେ ସରକାରୀ ଛୁଟି ୪୨ଟି ରହିବ ।
ଏହି ଛୁଟି ଦିନ ଗୁଡିକ କେବେ ଓ କେଉଁ ବାରରେ ପଡୁଛି , ଆପଣ ଜାଣିବା ଜରୁରୀ । କାରଣ ଏହି ଛୁଟି ଦିନ ଗୁଡିକୁ ଜାଣିବା ପରେ ଆପଣ ଆପଣଙ୍କ ପରିବାର କିଂବା ସାଙ୍ଗସାଥୀଙ୍କ ସହିତ ନିଜ ଭେକେସନ ପ୍ଲାନ କରି ଯାଇପାରିବେ । ବର୍ଷ ୨୦୨୨ରେ ୧୮ଟି ଗେଜେଟେଡ୍ ଛୁଟି ଦିନ ଓ ବାକି ନିୟନ୍ତ୍ରିତ ଛୁଟି ଦିନ ରହିବ । ନିୟନ୍ତ୍ରିତ ଛୁଟି ଦିନ ସେହି ଛୁଟି ଗୁଡିକୁ କୁହାଯାଇଥାଏ, ଯାହା କୌଣସି ସଂସ୍ଥା ବା କଂପାନୀ ଏହାକୁ ମଂଜୁର କରିବା ଉପରେ ନିର୍ଭର କରିଥାଏ ।
ବର୍ଷ ୨୦୨୨ର ଆରମ୍ଭ ଶନିବାରରୁ ହେବ । ଶନିବାର ନୂଆ ବର୍ଷ ପଡୁଥିବାରୁ ଆପଣଙ୍କ ଛୁଟି ନଷ୍ଟ ହେବ । ଫେବ୍ରୁଆରୀ ୫ ବସନ୍ତ ପଂଚମୀ ମଧ୍ୟ ଶନିବାର ପଡୁଛି । ୧୭ ଅପ୍ରେଲ ଇଷ୍ଟର ଯାହା ରବିବାର ପଡୁଛି । ୧୫ ମଇ ଗୁଡ ଫ୍ରାଇଡେ ମଧ୍ୟ ରବିବାର ପଡୁଛି । ୩୦ ଜୁଲାଇ ମହରମ୍ ମଧ୍ୟ ଶନିବାର ପଡୁଛି । ତେଣୁ ଆଉ ଗୋଟିଏ ଛୁଟିଦିନ ଆପଣଙ୍କର ନଷ୍ଟ ହେବ । ଏମିତି ୨୦୨୨ରେ ଶନିବାର-ରବିବାରରେ କୌଣସି ପର୍ବ ପଡିଲେ ଜାଣନ୍ତୁ ଆପଣଙ୍କର ଗୋଟିଏ ବାଧ୍ୟତାମୂଳକ ଛୁଟି ଦିନ ନଷ୍ଟ ହେଲା । ସପ୍ତାହର ଅନ୍ୟ କୌଣସି ଦିନ ଏହି ପର୍ବ ପଡିଲେ ଆପଣ ଗୋଟିଏ ଅତିରିକ୍ତ ଛୁଟି ଦିନ ପାଇ ପାରିଥାନ୍ତେ । ବର୍ଷ ୨୦୨୨ରେ ଏମିତି ଶନିବାର-ରବିବାର କାରଣରୁ ୧୨ଟି ଛୁଟି ନଷ୍ଟ ହେବ ।

related posts

Leave a Comment