Home Breaking News / ତାଜା ଖବର ଦେଶରେ କମିଲା ପ୍ରଜନନ ହାର

ଦେଶରେ କମିଲା ପ୍ରଜନନ ହାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ଦେଶରେ କମିଲା ମୋଟ ପ୍ରଜନନ ହାର । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସ-୫ର ରିପୋର୍ଟରେ ଏହା ପ୍ରକାଶ ପାଇଛି ​। ଏଥିରେ ଦର୍ଶାଯାଇଛି ମହିଳା ପିଛା ହାରାହାରି ଶିଶୁ ହାର ୨.୨ରୁ ୨.୦କୁ ଖସିଛି । ପ୍ରଜନନ ହାର, ଶିଶୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୁଷ୍ଟି ଓ ଅନ୍ୟାନ୍ୟ ତଥ୍ୟକୁ ଆକଳନ କରି ଏହି ରିପୋର୍ଟ ପ୍ରକାଶ ପାଇଛି ।

ସେପଟେ ଦେଶର ଅଧିକାଂଶ ମହିଳା ଓ ଶିଶୁ ରକ୍ତହୀନତା ରୋଗର ଶିକାର ହୋଇଛନ୍ତି । ଅର୍ଦ୍ଧାଧିକ ମହିଳା ଓ ଶିଶୁ ରକ୍ତହୀନତା ରୋଗରେ ପୀଡିତ ଅଛନ୍ତି । ଏହି ମହିଳାଙ୍କ ମଧ୍ୟରେ ଗର୍ଭବତୀ ବି ସ୍ଥାନ ପାଇଛନ୍ତି । ଦେଶର ଅଧିକାଂଶ ରାଜ୍ୟରେ ମହିଳା ସଶକ୍ତିକରଣ ବୃଦ୍ଧି ପାଇଛି । ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରୁଥିବା ମହିଳାଙ୍କ ସଂଖ୍ୟା ଜାତୀୟ ସ୍ତରରେ ୫୩ ପ୍ରତିଶତରୁ ୭୯ ପ୍ରତିଶତକୁ ବୃଦ୍ଧି ପାଇଛି । କମ୍ ଓଜନ ବିଶିଷ୍ଟ ଶିଶୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି ।

related posts

Leave a Comment