Home Breaking News / ତାଜା ଖବର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବନ୍ଦ ରହିଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଖୁବ ଶୀଘ୍ର ସ୍ୱାଭାବିକ ହେବ। ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି ଭାରତ ସରକାର। ଏଥିପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତେବେ ଯେଉଁ ସବୁ ଦେଶରେ ଏବେ ବି କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ନାହିଁ, ସେହି ଦେଶଗୁଡ଼ିକ ସହ ଭାରତ ସରକାର କୌଣସି ପ୍ରକାରର ନିୟମିତ ବିମାନ ସେବା ଆରମ୍ଭ କରିବେ ନାହିଁ ବୋଲି ଜଣାପଡ଼ିଛି।

ସପ୍ତାହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ବାଭାବିକ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ବିମାନ ଚଳାଚଳକୁ ସ୍ବାଭାବିକ କରିବା ପୂର୍ବରୁ ପୁଣି ଥରେ ଯେପରି କରୋନା ନ ବ୍ୟାପେ ତାହା ଉପରେ ସତର୍କ ଦୃଷ୍ଟି ରଖାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି। ତେବେ ବିଶ୍ବର ଏପରି ୧୪ ଦେଶ ଯେଉଁଠାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା ଏବଂ ଲୋକମାନେ ବିମାନ ଉଡ଼ାଣ ଆରମ୍ଭକୁ ଅପେକ୍ଷା କରି ରହିଥିଲେ।

related posts

Leave a Comment