Home Breaking News / ତାଜା ଖବର ମିଡ଼ିଆ ଫରୋମ ପକ୍ଷରୁ ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣି ଗ୍ରାହୀଙ୍କୁ ଶ୍ରଦ୍ଧାଞଳୀ

ମିଡ଼ିଆ ଫରୋମ ପକ୍ଷରୁ ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣି ଗ୍ରାହୀଙ୍କୁ ଶ୍ରଦ୍ଧାଞଳୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୫/୧୨ (ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲା ମିଡିଆ ଫରୋମ ପକ୍ଷରୁ ନିଉଜ – ୭ ର ବରୀଷ୍ଠ କ୍ୟାମେରା ମ୍ୟାନ ସ୍ଵର୍ଗତ ସୁବୋଧ ପାଣିଗ୍ରାହୀ ଙ୍କ ସ୍ତୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞଳୀ ସଭା ମିଡ଼ିଆ ଫରୋମର ସଭାପତି ସୁନୀଲ ବିଶ୍ୱାଳ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରେସକ୍କ୍ବ ସଭାପତି ତଥା ମିଡ଼ିଆ ଫରୋମ ଉପଦେଷ୍ଟା ସୁନୀଲ ପଟ୍ଟନାୟକ, ବରୀଷ୍ଠ ସାମ୍ବାଦିକ ବ୍ରଜବିହାରୀନନ୍ଦ, ପ୍ରେସ କ୍ଲବ୍ ସଂପାଦକ ପ୍ରଶାନ୍ତ ବେହେରା, ଶିବବିଶ୍ଵାଳ, ବାଳକୃଷ୍ଣଚର୍ଚୀ,ପ୍ରଶାନ୍ତ ଜେନା, ସାଗର ପାଢୀ, ପ୍ରମୁଖ ସ୍ଵର୍ଗତ ପାଣି ଗ୍ରାହୀଙ୍କ ଅକାଳ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ସ୍ଵର୍ଗତ ପାଣି ଗ୍ରାହୀ ଜଣେ ଦକ୍ଷ କ୍ୟାମେରାମେନ ଥିଲେ ଓ ଅନେକ ଯୁବକ୍ୟାମେରାମେନ ମାନଙ୍କୁ ଦିଗଦର୍ଶନ ଦେଉଥିଲୋ କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଆନ୍ତରୀକତା ଓ ଦାୟୀତ୍ଵବୋଧ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ତ୍ରିପାଠୀ, କାହ୍ନା ପଟନାୟକ, ବିଶ୍ଵରଂଜନ ସାମନ୍ତରାଏ. କାହ୍ନା, ସିପୁନ.ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସହସଂପାଦକରମେଶ ପ୍ରଧାନ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। ସ୍ଵର୍ଗତ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା

related posts

Leave a Comment