Home Breaking News / ତାଜା ଖବର କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା

କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର : କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା।ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ। ବିଧାନସଭା ସଦସ୍ୟ ମାନେ ଗୃହରେ ବସିବ ସହ ବାଚସ୍ପତି ଗ୍ୟାଲେରୀ,ପବ୍ଲିକ ଗ୍ୟାଲେରୀ,ଲୋକସେବା ଭବନରୁ ଯୋଗ ଦେଇପାରିବେ। ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ବାଚସ୍ପତି ସୂଚନା ଅନୁସାରେ ସମସ୍ତ ବିଧାୟକ, ବିଧାୟିକା,କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ। ୨୮,୨୯,୩୦ ତାରିଖ ଟେଷ୍ଟ କରାଯିବ। ଆଣ୍ଟିବାଡି ଓ କୋଭିଡ ଭିଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗ ସଚବ ଓ ଅଧିକାରୀ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ସବୁ ଦିନ ବିଶୋଧନ କରାଯିବ।ବିଧାନସଭା କେତେସମୟ ଚାଲିବ ସେ ନେଇ ୨୯ ତାରିଖ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

related posts

Leave a Comment