Home Breaking News / ତାଜା ଖବର ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନ୍‌ଏସ୍‌ ଭେଲା’

ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନ୍‌ଏସ୍‌ ଭେଲା’

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ : ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଆଜି ଭାରତର ଚତୁର୍ଥ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭେଲା’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି।ଭାରତ ମହାସାଗରରେ ଚୀନ୍‌ର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

କଲବରୀ ଯୁଦ୍ଧ ଜାହାଜର ଚତୁର୍ଥ ସଂସ୍କରଣରେ ନିର୍ମିତ ଆଇଏନଏସ ଭେଲା ମୁମ୍ବାଇ ମଝଗାଓଁ ଡକୟାର୍ଡରେ ନିର୍ମିତ ହୋଇଛି । ଏହା ପୂର୍ବରୁ ଭାରତୀୟ ସେନାରେ ଆଇଏନଏସ କଲବରୀ, ଖଣ୍ଡେରୀ, କରଂଜ ସାମିଲ ହୋଇସାରିଛନ୍ତି । ସମସ୍ତ ବୁଡାଜାହଜ ପ୍ରାନସିସ୍ ସ୍କପ୍ରିୟନ ଶ୍ରେଣୀ ସବମେରାଇନ କୌଶଳରେ ନିର୍ମିତ ହୋଇଛିି । ଯାହାକି ଦୁନିଆର ଅନ୍ୟତମ ଉନ୍ନତମାନର ବୁଡାଜାହଜ ମଧ୍ୟରେ ଅନ୍ୟତମ ।

related posts

Leave a Comment