Home Breaking News / ତାଜା ଖବର କାର୍ତ୍ତିକେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଜାଙ୍ଗୁ ଟିମ ଚମ୍ପିୟାନ

କାର୍ତ୍ତିକେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଜାଙ୍ଗୁ ଟିମ ଚମ୍ପିୟାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ପଞ୍ଚାୟତ ଟିପେଇଝରଣ ଖେଳ ପଡିଆ ଠାରେ କାର୍ତ୍ତିକେଶ୍ୱର କ୍ରିକେଟ କ୍ଳବ ଆନୁକୂଲ୍ୟରେ ୧୧ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେଇଅଛି ।ଫାଇନାଲ ମ୍ୟାଚ ଜାଙ୍ଗୁ କ୍ରିକେଟ କ୍ଲବ ଓ ମହାବିରୋଡ଼ କ୍ରିକେଟ କ୍ଲବମଧ୍ୟରେ ଅନୁଷ୍ଠିତ ହେଇଥିଲା । ଜାଙ୍ଗୁ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଙ୍ଗ କରି ୧୫ ଓଭର ରେ ୧୭୯ ରନ କରିଥିଲା ବେଳେ ମହାବିରୋଡ଼ କ୍ରିକେଟ କ୍ଲବ ୮ ଓଭରରେ ୨୨ ରନ କରି ପରାଜୟ ହେଇଥିଲା।ଏହି ତୁର୍ଣ୍ଣାମେଣ୍ଟ ରେ ଜାଙ୍ଗୁ ଟିମ ବିଜୟୀ ହେଇ ଚମ୍ପିୟାନ ହେଇଅଛି ।ମ୍ୟାନ ଅଫ ଦି ମ୍ୟାଚ ସରୋଜ ସେଠି, ମ୍ୟାନ ଅଫ ଦି ସିରିଜ କୁନା ସାହୁ ହେଇଥିଲେ।ଖେଳ ପରିଚାଳନା କରିଥିଲେ ଶତ୍ରୁଜିତ ପ୍ରଧାନ, ସୁଶାନ୍ତ ପରିଡା।ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଯୁବ ନେତା ଅସିତ କୁମାର ରାୟଚୌଧୁରୀ ଯୋଗଦେଇ ଚାମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ, ସଂମାନିତ ଅତିଥି କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ଭାବେ ଚାନ୍ଦପୁର ସରପଞ୍ଚ ଆନନ୍ଦ ପଧାନ,ସମିତି ସଭ୍ୟା ଲଳିତା ପଧାନ,ବିଜେଡି ବରିଷ୍ଠ ନେତା ଟିକମ ହାତୀ,ବିଷ୍ଣୁସେନ ସାହୁ, ରଞ୍ଜନ ବେହେରା ,ଗଣମାଧ୍ୟମ ପ୍ରତିନିଧି କ୍ଷୀରୋଦ ଦେହୁରୀ ଯୋଗ ଦେଇଥିଲେ ।ଟିପେଇଝରଣ କାର୍ତ୍ତିକେଶ୍ୱର କ୍ରିକେଟ କ୍ଲବର ସଦସ୍ୟ ଶତ୍ରୁଜିତ ପ୍ରଧାନ, ସୁଶାନ୍ତ ପରିଡା, ମିନ ପଧାନ,ବଳରାମ ପରିଡା,ନରେଶ ପରିଡା,ପ୍ରଶାନ୍ତ ପରିଡା,ଧୀର ପରିଡା ସହିତ କ୍ଲବ ର ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।ଧାରା ବିବରଣୀ ପ୍ରଦାନ କରିଥିଲେ ବୁନୁ ପରିଡା,ସଞ୍ଜୟ ନାୟକ ।

related posts

Leave a Comment