Home Breaking News / ତାଜା ଖବର ରାଜଧାନୀରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ରାଜଧାନୀରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ୨ ଧଳାଜହର ବେପାରୀ ଗିରଫ । ଜବତ ବ୍ରାଉନସୁଗାରର ପରିମାଣ ୧୦୦ ଗ୍ରାମ ହେବ ବୋଲି ଜଣାପଡିଛି ।

କମିଶନରେଟ ପୁଲିସର ବସ୍ତିକୁ ଚାଲ ଅଭିଯାନରେ ନିୟୋଜିତ ଥିବା ବସ୍ତିମିତ୍ରଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଛି ପୁଲିସ ।

ରାଜଧାନୀରେ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପୁଲିସ ଚଲାଇଛି ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନ ଜରିଆରେ ଆରମ୍ଭ ହୋଇଛି ଅପରେସନ ହ୍ବାଇଟ୍ ସ୍ପାଇଡର । ଟାର୍ଗେଟରେ ଡ୍ରଗ୍ସ ମାଫିଆ ।

ସୂଚନା ଅନୁଯାୟୀ, ଅପରେସନ ହ୍ବାଇଟ୍ ସ୍ପାଇଡର ଜରିଆରେ ବର୍ତ୍ତମାନ ସୁଦ୍ଧା ସାଢେ ୩ କିଲୋ ବ୍ରାଉନସୁଗାର ଜବତ କରାଯାଇ ସାରିଲାଣି । ଗତ ଅଗଷ୍ଟ ମାସରୁ ଆଜି ସୁଦ୍ଧା ୫୨ ଜଣ ଗିରଫ ହୋଇଛନ୍ତି । ଗତ ୧୯ ତାରିଖରେ ୧୦ରୁ ଅଧିକ ଟଙ୍କାର ୧୦୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣ ବେପାରୀଙ୍କୁ ଧରିଥିଲା ତମାଣ୍ଡୋ ପୁଲିସ ।

related posts

Leave a Comment