Home Breaking News / ତାଜା ଖବର ଆମ ଗାଁ ତାର ବିକାଶ -ସେଥିପାଇଁ ନିରନ୍ତର ପ୍ରୟାସ : ଦେବୀ ମିଶ୍ର

ଆମ ଗାଁ ତାର ବିକାଶ -ସେଥିପାଇଁ ନିରନ୍ତର ପ୍ରୟାସ : ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗାଁର ଭିତ୍ତିଭୂମିର ବିକାଶ ସହିତ ଗ୍ରାମବାସୀ ଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ କରାଯାଉଛି । ଗାଁର ବିକାଶ କୁ ଆଗେଇ ନେବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି ବୋଲି ନରସିଂହପୁରର ବୋକଡା ଠାରେ ଗ୍ରାମ ପଞ୍ଚାୟତ ର ନୂତନ ଭବନ ଲୋକାର୍ପଣ ଉତ୍ସବରେ ଯୋଗଦେଇ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।

ବୋକଡା ଠାରେ ପ୍ରାୟ ୬ଟି ନୂତନ ସାମୁହିକ ପ୍ରକଳ୍ପ ବିଧାୟକଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି । ମା ଖମ୍ବେଶ୍ୱରୀଙ୍କୁ ଦର୍ଶନ ପରେ ବିଧାୟକ ଙ୍କୁ ସଂକୀର୍ତ୍ତନ ମଣ୍ଡଳୀ , ଭାଗବତ ମଣ୍ଡଳୀ ଓ ଗ୍ରାମବାସୀ ମାନେ ଉଛ୍ୱସିତ ସମ୍ବର୍ଦ୍ଧନା ରେ ନେଇ ରାସସ୍ଥଳୀର ଉଦଘାଟନ ସହ , ଖେଳପଡ଼ିଆ ଉନ୍ନତିକରଣ ର ଲୋକାର୍ପଣ, ହରିଜନ ସାହି ଓ ରୁଗଡି ସାହିରେ କୋଠଘର, ଏକ ପାନୀୟ ଜଳ ପ୍ରକଳ୍ପ ପ୍ରଭୃତି ପରେ ନୂତନ ପଞ୍ଚାୟତ ଭବନର ଲୋକାର୍ପଣ ପରେ ଏକ ସାଧାରଣ ସଭା ବୋକଡ଼ା ଗ୍ରାମ ସଭାପତି ଶ୍ରୀ ନିରଞ୍ଜନ ଆରୁଖଙ୍କ ସଭାପତିତ୍ୱରେ ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ କୃଷ୍ଣ ମୋହନ ପଣ୍ଡା ସରପଞ୍ଚ ଶ୍ରୀମତୀ ସୁଲୋଚନା ବେହେରା, ସମିତି ସଭ୍ୟା ଶ୍ରୀମତୀ ଅଶାନ୍ତି ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବୋକଡା, ପୁରୁକୁଟିଆ, ବହାଳୀର ଗ୍ରାମ ସଭାପତି କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତ ୱାର୍ଡ ମେମ୍ବର , ମହିଳା ମଣ୍ଡଳୀ, ଖମ୍ବେଶ୍ୱରୀ ଯୁବକ ସଂଘ କର୍ମକର୍ତ୍ତା ଙ୍କ ସହ ବରିଷ୍ଠ ନାଗରିକ ସର୍ବଶ୍ରୀ ମହେଶ୍ୱର ସାହୁ, ମହେଶ୍ୱର ପ୍ରଧାନ, ଜଳନ୍ଧର ସାହୁ, ଚନ୍ଦ୍ରମଣି ବେହେରା, ପୂର୍ବ ସରପଞ୍ଚ ତ୍ରିନାଥ ମୁଦୁଲି, ବସନ୍ତ ମହାକୁଡ଼, ସୁବାସ ସେଠୀ, ଅଚ୍ୟୁତ ଖମାରି, ସୂର୍ଯ୍ୟମଣି ବେହେରା, ଗୋକୁଳ ଗଡ଼ନାୟକ, ପ୍ରଫୁଲ୍ଲ ତୁମୁଲି, ପୂର୍ଣ୍ଣ ନାୟକ ପ୍ରମୁଖ ବିଭିନ୍ନ ଗ୍ରାମର କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ଖମ୍ବେଶ୍ୱରୀ କ୍ଲବ ସଭାପତି ପୀତବାସ ଆରୁଖ, ଟିଟୁ ଆରୁଖ, ନଗେନ ଆରୁଖ ମହିଳା ସଂଘ ସଂଚାଳକ ସୌଦାମିନୀ ସାହୁ ପ୍ରମୁଖ ବିଭିନ୍ନ ଉଦଘାଟନୀ ଲୋକାର୍ପଣ କୁ ସଂଯୋଜନା କରିଥିଲେ ।

related posts

Leave a Comment