Home Breaking News / ତାଜା ଖବର ମାର୍ଚ୍ଚ ଯାଏଁ ମାଗଣାରେ ମିଳିବ ରାସନ

ମାର୍ଚ୍ଚ ଯାଏଁ ମାଗଣାରେ ମିଳିବ ରାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ରଖିଲା କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମା ବୃଦ୍ଧି କରାଯାଇଛି । ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ବୃଦ୍ଧି କରିଛି କେନ୍ଦ୍ର । କୋରୋନା ସଂକ୍ରମଣ ଯୋଗୁଁ ସ୍ୱାଭାବିକ ସ୍ଥିତି ଆହୁରି ଫେରି ନ ଥିବାରୁ ଗରିବମାନଙ୍କୁ ପିଏମଜିକେଏୱାଇ ଅଧୀନରେ ଆଉ ୮ ମାସ ମାଗଣା ଚାଉଳ ଯୋଗାଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ।

ଚଳିତବର୍ଷ ମେ ମାସରୁ ନଭେମ୍ବର ମାସ ପର୍ୟ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ଯାହାକି ନଭେମ୍ବର ମାସରେ ଶେଷ ହେବାକୁ ଥିଲା । ହେଲେ ଏହା ପରେ ମଧ୍ୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ସହିତ ଆଉ ୪ ମାସ ପାଇଁ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯାଇଛି ।

related posts

Leave a Comment