Home Breaking News / ତାଜା ଖବର ଦରବୃଦ୍ଧି ପ୍ରତିବାଦ:ବେଲଗୁଣ୍ଠାରେ ଗର୍ଜିଲା ମହିଳା,ଯୁବ ଓ ଛାତ୍ର ବିଜେଡି

ଦରବୃଦ୍ଧି ପ୍ରତିବାଦ:ବେଲଗୁଣ୍ଠାରେ ଗର୍ଜିଲା ମହିଳା,ଯୁବ ଓ ଛାତ୍ର ବିଜେଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା-୨୪/୧୧-ରନ୍ଧନ ଗ୍ୟାସ୍ ଓ ତୈଳର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି ବେଲଗୁଣ୍ଠା ମହିଳା ବିଜେଡି ।ଆଜି ସକାଳ ୧୧ ଘଣ୍ଟା ସମୟରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ,ବେଲଗୁଣ୍ଠା ବ୍ଳକ୍ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିବ୍ୟରଞ୍ଜନ ଦାସ ଓ ଯୁବ ସଙ୍ଗଠକମାନଙ୍କ ନେତୃତ୍ୱରେ ବେଲଗୁଣ୍ଠା ବିଜେଡିର ଶହ ଶହ ମହିଳା, ଯୁବକ ଓ ଛାତ୍ର ବେଲଗୁଣ୍ଠା ସହର ପରିକ୍ରମା କରି ବେଲଗୁଣ୍ଠା ବ୍ଳକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଘେରାଉ କରି କେନ୍ଦ୍ର ସରକାରଙ୍କ ଜନମାରଣ ନିତୀ ଓ ରନ୍ଧନ ଗ୍ୟାସ୍,ତୈଳର ଅହେତୁକ ଦରବୃଦ୍ଧି ବିରୋଧରେ ନାରାବାଜି କରି ପ୍ରତିବାଦ କରିଥିଲେ ।ଖୁବ୍ ଶୀଘ୍ର ଦରବୃଦ୍ଧି ନିୟନ୍ତ୍ରଣକୁ ନ ଆସିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଥିଲେ ।ବେଲଗୁଣ୍ଠା ବ୍ଳକ୍ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୁଷଣ ମହାପାତ୍ର ଓ ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟାଳୟରେ କେନ୍ଦ୍ର ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ୍ ବିଜେଡି ସାଧାରଣ ସମ୍ପାଦକ ରାମେଶ୍ୱର ପାତ୍ର,ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ,ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ସରପଞ୍ଚ ପ୍ରମୋଦ ପ୍ରଧାନ, ଯୁବ ବିଜେଡି ସଭାପତି ଶିବରାମ ରାଉତ, ଛାତ୍ର ବିଜେଡ଼ି ସଭାପତି ଜ୍ୟୋତି ରଞ୍ଜନ ନାୟକ,ଡିଜିଟାଲ ସମ୍ପାଦକ ବିଭୁପାଦ ଜେନା, ବେଲଗୁଣ୍ଠା ବିଜେଡି ଡିଜିଟାଲ ସମ୍ପାଦକ ଶିବପ୍ରସାଦ ମହାପାତ୍ର, ସମ୍ପାଦକ ସନ୍ତୋଷ ସୁବୁଦ୍ଧି, ଫିରୋଜ ମହାପାତ୍ର,ନୀଳାଞ୍ଚଳ ସାହୁ,ସତ୍ଯ ନାରାୟଣ ମହାପାତ୍ର, ଆଲୋକ ସାହାଣୀ, ଜିଲ୍ଲାପରିଷଦ ଅମିତ କୁମାର ନାୟକ, ସରପଞ୍ଚ ଅନିଲ ପାଠୀ, ସିମାଞ୍ଚଳ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment