Home Breaking News / ତାଜା ଖବର ଗ୍ୟାସ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୁଦ୍ଧରେ ଗଣଧାରଣା ଓ ପ୍ରତିବାଦ ବିକ୍ଷୋଭ ସଭା ରାଷ୍ଟପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ବିଜେଡ଼ି

ଗ୍ୟାସ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୁଦ୍ଧରେ ଗଣଧାରଣା ଓ ପ୍ରତିବାଦ ବିକ୍ଷୋଭ ସଭା ରାଷ୍ଟପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ବିଜେଡ଼ି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା- ୨୩-୧୧ () କେନ୍ଦ୍ରରେ ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ରନ୍ଧନ ଗ୍ୟାସ ,ପେଟ୍ରୋଲ,ଡ଼ିଜିଲେ, ଖାଇବା ତେଲ ଓ ପନିପରିବାର ଆକାଶ ଛୁଆଁ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ସୁବର୍ଣ୍ଣପୁର ଜିଲ୍ଳା ବିଜୁ ଜନତା ଦଳ ଯୁବ ସଭାପତି ତଥା ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ନେତୃତ୍ବରେ ବିନିକା ବ୍ଳକ ସମ୍ମଖରେ ବିଜୁ ମହିଳା, ୟୁବ ଓ ଛାତ୍ର ଜନତା ଦଳ ତରଫରୁ ଗଣଧାରଣା ଓ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧୀ ନାରା ଦେଇଥିଲେ।ଯେ ପର୍ଯ୍ୟନ୍ତ ଦରଦାମ ନିୟନ୍ତ୍ରଣକୁ ନ ଆସିଛି ସେ ପର୍ଯ୍ୟନ୍ତ ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ବିଜେଡି ବିକ୍ଷୋଭ ସଭା ରେ କହିଥିଲେ । ଏଥିରେ ବିନିକା ବ୍ଲକ୍ ଓ ନଗର ର କୋଣ ଅନୁକୋଣ ରୁ ଶତାଧିକ ମହିଳା , ଯୁବ ଏବଂ ଛାତ୍ର ମାନେ ସ୍ଵତଃ ପ୍ରବୃତ୍ତ ଭାବରେ ଯୋଗ ଦେଇ ହୃଦୟହୀନ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସେମାନଙ୍କର କ୍ଷୋଭ ପ୍ରକଟ କରିଥିଲେ ଓ ବିନିକା ବ୍ଳକ ବିଡିଓ ବ୍ୟାସଦେବ ବେହେରାଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ଏଥିରେ ବିଜେଡ଼ି ବିନିକା ବ୍ଳକ ସଭାପତି ଦ୍ବାରିକା ନାଥ ସାହୁ, ବିଜେଡ଼ି ବ୍ଳକ ବିଜୁ ଜନତାଦଳ ୟୁବା ସଭାପତି ପ୍ରତାପ ଚନ୍ଦ,ବିନିକା ନଗର ୟୁବ ସଭାପତି ବିନୟ ମେହେର, ଜିଲ୍ଳା ବିଜୁ ଛାତ୍ର ଉପସଭାପତି ଆଲୋକ ଟାଣ୍ଡି, ବିନିକା ବ୍ଳକ ଛାତ୍ର ସଭାପତି ମନୋଜ ନାଏକ, ବିଜୁ ମହିଲା ବିନିକା ବ୍ଳକ ସଭାପତି ଶ୍ରଦ୍ଧାଞ୍ଜଲି ସାହୁ, ଜିଲ୍ଳା ଉପସଭାପତି ତପସ୍ପିନୀ ମେହେର, ବିଜୁଜନତାଦଳ ବିନିକା ବ୍ଳକ ୟୁବ ଜିଏସ ଚକ୍ରଧର ମିଶ୍ର, ମନୋରଞ୍ଜନ ମିଶ୍ର , ଅଚ୍ୟୁତ କଣ୍ଟା, ରମେଶ ସାହୁ, ବିନୋଦ ବିହାରୀ ନାଏକ ଅନୁପମା ହୋତା, ଦିଲ୍ଳିପ ବାରିକ,ପବିତ୍ର କୁମାର ଶର୍ମା, ଲକ୍ଷ୍ମଣ ସାହୁ, ମନୋଜ ସାହୁ, ସଦାନନ୍ଦ ଥନାପତି, ସମେତ ବିଜୁ ୟୁବ,ମହିଲା ଓ ଛାତ୍ର କର୍ମ କର୍ତ୍ତା ଉପସ୍ତିତଥିଲେ

related posts

Leave a Comment