Home Breaking News / ତାଜା ଖବର ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଫୁଲବାଣୀ ଓ ବାଲିଗୁଡାରେ ବିଜେଡ଼ିର ଗଣଧାରଣା ଓ ପ୍ରତିବାଦ

ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଫୁଲବାଣୀ ଓ ବାଲିଗୁଡାରେ ବିଜେଡ଼ିର ଗଣଧାରଣା ଓ ପ୍ରତିବାଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 24/21(ସୁନୀଲ ପଟ୍ଟନାୟକ )
ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି କୁ ପ୍ରତିବାଦ କରି ବୁଧବାର ବିଜୁଜନତାଦଳ ପକ୍ଷରୁ ଫୁଲବାଣୀ ଗୋପବନ୍ଧୁ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲାଲା l ଏଥିରେ ବ୍ଲକ ଅଧ୍ୟକ୍ଷା ମଞ୍ଜୁ ଦେଇ କହଁର, ଜ଼ିଲ୍ଲା ସଭାପତି ସରୋଜ କର୍ଣ୍ଣ, ନଗର ସଭାପତି ସୁଧୀର କହଁର, ବି ଜେ ଡି ନେତା ଖିରୋଦ ସାହାଣୀ ପ୍ରମୁଖ ଯୋଗ ଦେଇକେନ୍ଦ୍ରରେ ଥିବା ମୋଦି ସରକାର ପେଟ୍ରୋଲ, ଡିଜେଲ, ଓ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ର ତୀବ୍ର ପ୍ରତିବାଦ କରିଥିଲେ l ସେହିପରି ବାଲିଗୁଡା ନଗର ଜନତା ଦଳ ପକ୍ଷରୁ ଏନ ଏ ସି କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା କରାଯାଇଛି ଏବଂ ମାହା ମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମlରକ ପତ୍ର ଦିଆଯାଇଛି l ବିଜେଡି ନଗର ସଭାପତି ଶେଖସାଦିକ ଙ୍କ ନେତୃତ୍ୱରେ ବିଜୁ ମହିଳା ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡ଼ି ନେତା ସୁବାସ ଦାସ ନଗର ଉପସଭାପତି ଜୟହର ମହାନ୍ତି ଜ଼ିଲ୍ଲା ଉପସଭାପତି କ୍ଳେଶ ପ୍ରଧାନ ଜ଼ିଲ୍ଲା ମହିଳା ସମ୍ପାଦିକା ଅନିତା ନାୟକ କୋଷାଧକ୍ଷ ପ୍ରକାଶ ନାୟକ ସନ୍ତୋଷ ବିଶ୍ୱାଳ କିଶୋର ଚନ୍ଦ୍ର ପାଳ ଙ୍କ ଯୁବ ଡିଜିଟାଲ ସମ୍ପାଦକ ଅମନ ଅଫତାବ ଛାତ୍ର ଡିଜିଟାଲ ସମ୍ପାଦକ ରାଜେଶ କହଁର ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
ସେହିପରି ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l

related posts

Leave a Comment