Home Breaking News / ତାଜା ଖବର ବଡ଼ମ୍ବା ତହସିଲ ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଧାରଣା

ବଡ଼ମ୍ବା ତହସିଲ ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅହେତୁକ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ନରସିଂହପୁର ବ୍ଲକ ସମ୍ମୁଖରେ ଓ ବଡ଼ମ୍ବା ତହସିଲ ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଧାରଣା ଓ ପ୍ରତୀକାତ୍ମକ ବିକ୍ଷୋଭ ସଭାଯାତ୍ରା ନରସିଂହପୁର ଶ୍ରୀ ଜଗନ୍ନାଥ ମନ୍ଦିର ରୁ ବାହାରିଥିଲା ମୁଁ କିଛି ସମୟ ଯୋଗଦେଇ ବକ୍ତବ୍ୟ ରଖିଥିଲି । ନରସିଂହପୁର ଠାରେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତା ଓ ପଞ୍ଚାୟତ ପ୍ରତିନିଧି ମାନେ କେନ୍ଦ୍ର ସରକାର ଗ୍ୟାସ ଦର କମେଇବା ଦାବି କରି ବିଭିନ୍ନ ଧ୍ୱନୀ ଦେଇ ବ୍ଲକ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ । ଯୁବ ଜନତା ସଭାପତି ଶ୍ରୀ ନିର୍ମଳ ଜେନା , ଛାତ୍ର ଜନତା ସଭାପତି ଅରୁଣ ପ୍ରଧାନଙ୍କ ସଂଯୋଜନାରେ ଧାରଣା ସ୍ଥଳରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଶ୍ରୀ କିଶୋର ମିଶ୍ର, କୃପାସିନ୍ଧୁ ଦାସ, ନାରଣ ନାୟକ, ମେଘ ପାତ୍ର , ଶକ୍ତି ମିଶ୍ର , ଭୀମସେନ ଗଡପଲ୍ଲା , ଜିଲ୍ଲା ସମ୍ପାଦକ ଦିବ୍ୟ ଲୋଚନ ଧଳ, ସରୋଜ ବେହେରା , ଅଜୟ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ବଡ଼ମ୍ବାରେ ଯୁବ ଜନତା ସଭାପତି ଶ୍ରୀ ଆଲୋକ ସାହୁ, ଛାତ୍ର ଜନତା ସଭାପତି ଶ୍ରୀ ରାକେଶ ମହାପାତ୍ର, ମହିଳା ଜନତା ସଭାନେତ୍ରୀ ଶ୍ରୀମତୀ ଅନୁସୂୟା ନାୟକ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଧାରଣାରେ ସର୍ବଶ୍ରୀ ରବି ସାହୁ, ବୁଢା ମହାନ୍ତି, ସରୋଜ ପଟ୍ଟନାୟକ, ସଦାନନ୍ଦ ସ୍ୱାଇଁ, ସଞ୍ଜୟ ସ୍ୱାଇଁ, ବୁଢା ସ୍ବାଇଁ ବକ୍ତବ୍ୟ ରଖିଥିଲେ ।

related posts

Leave a Comment