Home Breaking News / ତାଜା ଖବର ଚଳିତ ବର୍ଷ ଶେଷ ସୁଦ୍ଧା ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ

ଚଳିତ ବର୍ଷ ଶେଷ ସୁଦ୍ଧା ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିବ । ଏନେଇ ଆଶା ପ୍ରକଟ କରିଛନ୍ତି ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବନସାଲ।

ଦେଶରେ କୋଭିଡ୍ ଲକଡାଉନ୍ ଯୋଗୁଁ ମାର୍ଚ୍ଚ ବେଳକୁ ଭାରତକୁ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

କେବଳ ବନ୍ଦେ ଭାରତ ମିଶନ, ସାମଗ୍ରୀ ଓ ଔଷଧ ପରିବହନ ଚାଲୁରହିଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ କମିବା ଓ ଟିକାକରଣ ହେବା ପରେ ବିମାନ ଉଡାଣ ଉପରେ କଟକଣା କୋହଳ ହୋଇଥିଲା । ଏପରିକି ଅନ୍ୟ ଦେଶ ସହ ‘ଏୟାର ବବଲ୍’ ବୁଝାମଣା ମଧ୍ୟ କରାଯାଇଥିଲା ।

related posts

Leave a Comment