Home Breaking News / ତାଜା ଖବର ସାତ ଦଫା ଦାବି ନେଇ କଂଗ୍ରେସର ଧାରଣା ଓ ବିକ୍ଷୋଭ

ସାତ ଦଫା ଦାବି ନେଇ କଂଗ୍ରେସର ଧାରଣା ଓ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର – । ଆଜି ବାସୁଦେବପୁର କଂଗ୍ରେସ ପକ୍ଷରୁ ସାତ ଦଫା ଦାବି ନେଇ ଏକ ରାଲି ବାହାରି ବଜାର ପରିକ୍ରମା କରିବା ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା କରାଯାଇଛି। ବାସୁଦେବପୁର ରେ ହାଇସ୍କୁଲ ଛକ ଠାରେ ଉଚ୍ଛେଦ ହୋଇଥିବା ସ୍ବର୍ଗତ ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତିମୃତି ସ୍ଥାଫନ, ଅସମ୍ପୂର୍ଣ୍ଣ ହୋଇ ପଡିଥିବା ବାସୁଦେବପୁର ଧାମରା ରାସ୍ତା କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ, ଧାମରା ବନ୍ଦର ରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଯୋଗ୍ୟତା ଭିତ୍ତି ରେ ନିଯୁକ୍ତି, ଉଠା ଦୋକାନୀ ମାନଙ୍କର ଥଇଥାନ, ଖାଲି ପଡ଼ିଥିବା ଡାକ୍ତର ନିଯୁକ୍ତି, ସ୍ଥାୟୀ ସବ୍ ରେଜିଷ୍ଟର ନିଯୁକ୍ତି, ସ୍ଥାୟୀ ଶୌଚାଳୟ ନିର୍ମାଣ, ଏହି ସାତ ଦଫା ଦାବିରେ ନେଇ ଧାରଣ ଦିଆଯାଇ ଥିଲା।ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ରେ ନଗର କଂଗ୍ରେସ ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ , ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଙ୍କ ସହ ବ୍ଲକ୍ କଂଗେସ ସଭାପତି ରମେଶ ବଳ,ଦିନ ବନ୍ଧୁ ବାରିକ, ବାବୁ ବାରିକ, ରତିକାନ୍ତ ବାରିକ, ସୁଦର୍ଶନ ମହାକୁଡ, ସୁଶାନ୍ତ ମହାକୁଡ, ଗୌର ମହାକୁଡ, ଛାତ୍ର କଂଗ୍ରେସ ସଭାପତି ମନୋରଂଜନ ପାଢ଼ୀ, ଭର୍ତ୍ତୁ ହରି ପାଢ଼ୀ,କୁମାର ସରପଞ୍ଚ, ଅଶୋକ କୁମାର ମହାନ୍ତି, ପ୍ରଶାନ୍ତ ଦଳାଇ, ଖଗେନ୍ଦ୍ର ଦାସ, ପ୍ରବୋଧ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବାସୁଦେବପୁର ରୁ ବିଭୁତି ଭୂଷଣ ପଣ୍ଡା

related posts

Leave a Comment