Home Breaking News / ତାଜା ଖବର ପୁଣି ବଙ୍ଗୋପସାଗରରେ ଲଘୁଚାପ, ଆଗକୁ ବଢିବ ଶୀତ

ପୁଣି ବଙ୍ଗୋପସାଗରରେ ଲଘୁଚାପ, ଆଗକୁ ବଢିବ ଶୀତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ। ଏ ମାସରେ ବଙ୍ଗୋପସାଗର ଉପରେ ଏହା ହେଉଛି ଚତୁର୍ଥ ଲଘୁଚାପ । ୨୯ ଓ ୩୦ ତାରିଖରେ ଏହା ତାମିଲନାଡୁ ଉପକୂଳ ଛୁଇଁବ ।

ଏହାର ପ୍ରଭାବରେ ୨୯ରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତେବେ ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ରହିବନି ବୋଲି ସେ କହିଛନ୍ତି ।

୨୩ ତାରିଖ ରାତିରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ଉପକୂଳରେ ୨୬ତାରିଖରୁ ଶୀତ ବଢିବ । ଆଭ୍ୟନ୍ତରୀଣ ଉତ୍ତର, ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଓଡିଶାରେ ୨୩ରୁ ୨୬ ତାରିଖ ରାତି ଯାଏ ସର୍ବନିମ୍ନ ତାପମାତ୍ରା ୫ରୁ ୬ଡିଗ୍ରୀ ସେଲସିୟସ୍‌ କମିପାରେ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୨୬ରୁ ୨୮ ତାରିଖ ଭିତରେ ରାତି ତାପମାତ୍ରା ୬ଡିଗ୍ରୀ ସେଲସିୟସ୍‌ କମିଯିବ । ୨୮ ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

related posts

Leave a Comment