Home Breaking News / ତାଜା ଖବର ମାତୃ ଶକ୍ତି ବରିଷ୍ଠ ନାଗରିକ ଙ୍କ ପାଇଁ ଲାଗିଲା ଗରମ ପାଣି ଗୀଜର

ମାତୃ ଶକ୍ତି ବରିଷ୍ଠ ନାଗରିକ ଙ୍କ ପାଇଁ ଲାଗିଲା ଗରମ ପାଣି ଗୀଜର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୩/୧୧- (ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ସଦର ମହକୁମାର ସାଇପ୍ରିୟା ନଗର ଠାରେ ରହିଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଗୃହ ରହିଛି। ସେହି ଗୃହରେ ୨୪ ମହିଳା ଓ ୨୨ ପୁରୁଷ ଅନ୍ତେବାସୀ ଅଛନ୍ତି। ଏଠାରେ ରହିବା ଖାଇବା ଭଳି ସବୁ ସୁବିଧା ସୁଯୋଗ ରହିଛି। ଚଳିତ ଶୀତ ଋତୁରେ ଗରମ ପାଣି ନଥିବାରୁ ନିତ୍ୟକର୍ମ ସରିବା ପାଇଁ ଅସୁବିଧା ଭୋଗୁଥିଲେ। ଏହି କଷ୍ଟ ଦେଖି କେ କ୍ରିଷ୍ଣ ରାଓ ଓ ତାଙ୍କ ପୁତ୍ର କେ ଆନନ୍ଦ ରାଓ ଙ୍କ ସହଯୋଗରେ ପ୍ରାୟ ୪୦ ହଜାର ବିନିମୟରେ ଏକ ଗୀଜର ଏକ ସୌର ଚଳିତ ଗରମ କରିବା ଯନ୍ତ୍ର ପ୍ରଦାନ କରି ଲୋକଙ୍କୁ ଅଶ୍ୱସିତ କରିଛନ୍ତି। ଏହି ବରିଷ୍ଠ ନାଗରିକ ଗୃହକୁ ଶକ୍ତି ନାମକ ସାମାଜିକ ସଂଗଠନ ପରିଚାଳନା କରୁଛନ୍ତି। ଏହି ମେସିନ ଲାଗିଲେ ଗାଧୋଇବା, ପିଇବା ପାଣି ପାଇଁ ଗରମ ପାଣି ଅକ୍ଳେଶରେ ମିଳିପାରିବ ବୋଲି ଦାତା ଶ୍ରୀ ପଣ୍ଡା କହିଛନ୍ତି। ଏହା ଲଗାଇବା ବେଳେ ଏହି ପରିଚାଳନା ଟିମର ସଭାପତି ସୁବାଷ ବେହେରା,ଉପସଭାପତି ସଞ୍ଜୟ ଶୁନା ମୁଦି,ସମ୍ପାଦକ ସଞ୍ଜୟ ପାଣିଗ୍ରାହୀ,କୋଷାଧ୍ୟକ୍ଷ ବି ସମ୍ଭାମୂର୍ତି,ସୁରୟା ଆପଲ ରାଓ, ବରିଷ୍ଟ ସାମ୍ବାଦିକ ସହଦେଵ ସାହୁ ପ୍ରମୁଖ ଯୋଗଦେଇ ଥିଲେ।

related posts

Leave a Comment