Home Breaking News / ତାଜା ଖବର କ୍ରିକେଟର ଅନୋଖା ରେକର୍ଡ ଯାହା ୧୩୭ ବର୍ଷ ଧରି କେହି ଭାଙ୍ଗି ପାରିନାହାନ୍ତି, ଜାଣନ୍ତୁ କଣ ସେହି ବିରଳ କୀର୍ତୀମାନ?

କ୍ରିକେଟର ଅନୋଖା ରେକର୍ଡ ଯାହା ୧୩୭ ବର୍ଷ ଧରି କେହି ଭାଙ୍ଗି ପାରିନାହାନ୍ତି, ଜାଣନ୍ତୁ କଣ ସେହି ବିରଳ କୀର୍ତୀମାନ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କ୍ରିକେଟରେ ସବୁବେଳେ ବ୍ୟାଟସମ୍ୟାନଙ୍କ କାନ୍ଧରେ ଏକ ଭାର ରହିଥାଏ, ଦଳୀୟ ସ୍କୋରକୁ ସେମାନେ କେତେ ଆଗକୁ ନେଇପାରନ୍ତି । ଏପରି ସ୍ଥିତିରେ ଶୀର୍ଷ ଓ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ଉପରେ ଦାୟିତ୍ୱ ଅଧିକ ରହିଥାଏ । କଥା ଯେତେବେଳେ ନିମ୍ନ କ୍ରମ ବ୍ୟାଟସମ୍ୟାନଙ୍କର ଆସିଥାଏ ସମସ୍ତେ ଏମାନଙ୍କୁ ଅଣଦେଖା କରିଥାନ୍ତି । ହଁ ଆଜି ଆମେ ଏପରି ଜଣେ ନିମ୍ନକ୍ରମ ବ୍ୟାଟସମ୍ୟାନଙ୍କ ସମ୍ପର୍କରେ କହିବାକୁ ଯାଉଛୁ, ଯାହାଙ୍କ ରେକର୍ଡ କ୍ରିକେଟ ଇତିହାସରେ ୧୩୭ ବର୍ଷ ଧରି ଅତୁଟ ରହିଛି । କେହି ଏହାକୁ ଭାଙ୍ଗି ପାରିନାହାନ୍ତି ।
କ୍ରିକେଟ ଇତିହାସରେ ବୀରଳ କୀର୍ତିମାନ ରହିଛି ଇଂଲଣ୍ଡର ନିମ୍ନକ୍ରମ ବ୍ୟାଟସମ୍ୟାନ ୱାଲଟର ରିଡଙ୍କ ନାଁରେ । ଆଜି ତାଙ୍କର ଜନ୍ମଦିନ ଅବସରରେ କ୍ରିକେଟ ଇତିହାସରେ ତାଙ୍କର ଚର୍ଚା ପୁଣି ଆରମ୍ଭ ହୋଇଛି ।

-୧୮୮୪ ମସିହାରେ ୱାଲଟର ରିଡଙ୍କ ବିରଳ କୀର୍ତିମାନ
-୧୦ ବ୍ୟାଟସମ୍ୟାନ ଭାବରେ ଆସି ସ୍କୋର କରିଥିଲେ ୧୧୭ ରନ୍‌
-ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏହି ବିଶାଳ ସ୍କୋର କରିଥିଲେ ଇଂଲଣ୍ଡର ନିମ୍ନକ୍ରମ ଖେଳାଳି
-ୱାଲଟର ରିଡଙ୍କ ଏହି ସ୍କୋର ବିଶ୍ୱ କ୍ରିକେଟରେ କୌଣସି ୧୦ମ ବ୍ୟାଟସମ୍ୟାନଙ୍କ ପାଇଁ ସର୍ବାଧିକ

ଟେଷ୍ଟ କ୍ରିକେଟରେ ୧୦ମ ସ୍ଥାନରେ ତିନି ସର୍ବାଧିକ ସ୍କୋର
-ପ୍ରଥମ – ୱାଲଟର ରିଡ ( ଇଂଲଣ୍ଡ ) – ଅଷ୍ଟ୍ରେଲିଆ ବିପକ୍ଷରେ ୧୧୭ ରନ୍ ( ୧୮୮୪ ମସିହା )
-ଦ୍ୱିତୀୟ – ଅବୁଲ ହସନ ( ବାଂଲାଦେଶ ) – ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୧୩ ରନ୍ ( ୨୦୧୨ ମସିହା )
-ତୃତୀୟ – ପ୍ୟାଟ୍ ସିମକାକ୍ସ ( ଦ. ଆଫ୍ରିକା ) – ପାକିସ୍ତାନ ବିପକ୍ଷରେ ୧୦୮ ରନ୍ ( ୧୯୯୮ ମସିହା )

       ୱାଲ୍ଟର ରିଡ୍ ନିଜ କ୍ୟାରିୟରରେ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । କ୍ୟାରିୟରରେ ସେ ପ୍ରାୟତଃ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ୧୮୮୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କ୍ୟାପଟେନ ତାଙ୍କୁ ୧୦ମ ସ୍ଥାନରେ ବ୍ୟାଟିଂ ପାଇଁ ଆଗୁଆ ଅଟକାଇ ଦେଇଥିଲେ । ଓା୍ୱଲଟର ରିଡ୍ ଯେତେବେଳେ ୧୦ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଲେ ୧୧୭ ରନର ଐତିହାସିକ ଇଂନିସ ଖେଳି ଦେଇଗଲେ । ଯାହା କ୍ରିକେଟ ଇତିହାସରେ ଆଜି ଯାଏଁ କୌଣସି ୧୦ମ ବ୍ୟାଟ୍ସ ମ୍ୟାନଙ୍କ ପାଇଁ ଆଜି ଯାଏଁ ସର୍ବାଧିକ ସ୍କୋର ଭାବରେ ଅତୁଟ ରହିଛି ।

related posts

Leave a Comment