Home Breaking News / ତାଜା ଖବର ଆନ୍ଧ୍ରପ୍ରଦେଶରେ ଥମୁନି ବର୍ଷାର ପ୍ରକୋପ

ଆନ୍ଧ୍ରପ୍ରଦେଶରେ ଥମୁନି ବର୍ଷାର ପ୍ରକୋପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ତିରୁପତି : ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ଯୋଗୁଁ ଆନ୍ଧ୍ରପ୍ରଦେଶରେ ଥମୁନି ବର୍ଷାର ପ୍ରକୋପ । ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବନ୍ୟା ହୋଇଛି । ଚିତ୍ତୋର, କଡପା, ଅନନ୍ତପୁର ଓ ନେଲୋରରେ ପ୍ରବଳ ବର୍ଷା ଜାରି ରହିବା ସହ ଅଧିକାଂଶ ନଦୀର ଜଳପତ୍ତନ ବୃଦ୍ଧି ପାଇଛି

ଚେନ୍ନାଇ-କୋଲକାତା ୧୬ ନମ୍ବର ଜାତୀୟ ରାଜପଥ ବିଚ୍ଛିନ୍ନ ଥିବାରୁ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ୧୦୦ରୁ ଅଧିକ ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୨୯ଟି ଟ୍ରେନର ଗତିପଥ ବଦଳା ଯାଇଛି । ସେହିପରି ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୩ ହୋଇଥିବା ବେଳେ, ଶତାଧିକ ଲୋକଙ୍କ ପତ୍ତା ମିଳୁନି । କେବଳ କଡପା ଜିଲ୍ଲାରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନନ୍ତପୁରମରେ ୭ ଜଣ ପ୍ରାଣ ହରାଇଛନ୍ତି ।

related posts

Leave a Comment