Home Breaking News / ତାଜା ଖବର ଗ୍ୟାସ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ଗ୍ୟାସ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ବିଜୁ ଜନତା ଦଳ ପକ୍ଷରୁ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଓ ମାହାଙ୍ଗା ବ୍ଲକ ରେ ବିଜୁ ଜନତା ଦଳ ମହିଳା କର୍ମୀ, ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ କେନ୍ଦ୍ର ବିଜେପି ସରକାରଙ୍କ ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବହୁ ସଂଖ୍ୟକ ବିଜେଡି ମହିଳା, ଯୁବ ଓ ଛାତ୍ର ଯୋଗଦାନ କରି କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଯୋଜନା ନୁହେଁ ବରଂ ଅନ୍ଧାର ଯୋଜନା ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏକ ପ୍ରତିବାଦ ରାଲି ନିଶ୍ଚିନ୍ତକୋଇଲି ବଜାର ରୁ ଆରମ୍ଭ ହୋଇ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ମାହାଙ୍ଗା ରେ ଗୋବରୀ ନଦୀ ପୋଲ ନିକଟରୁ ବିଜୁ ଜନତା ଦଳ ର ଏକ ବିଶାଳ ରାଲି ବାହାରି ମାହାଙ୍ଗା ବ୍ଲକ ଅଫିସରେ ପହଂଚି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଲକ ବିଡ଼ିଓ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

related posts

Leave a Comment