Home Breaking News / ତାଜା ଖବର ଦୁଇଟି ରାସ୍ତାର ଶୁଭାରମ୍ଭ କଲେ ବିଧାୟକ ଦେବୀପ୍ରସାଦ ମିଶ୍ର

ଦୁଇଟି ରାସ୍ତାର ଶୁଭାରମ୍ଭ କଲେ ବିଧାୟକ ଦେବୀପ୍ରସାଦ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର ରେ ଆଜି ପୂର୍ବାହ୍ନରେ ଏକଡାଳକୁ ସଂଯୁକ୍ତ କରିଥିବା ଦୁଇଟି ରାସ୍ତାର ଶୁଭାରମ୍ଭ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ହୋଇଛି । ପୂର୍ତ୍ତ ବିଭାଗ, ଓଡିଶା ତରଫରୁ ଏଥିପାଇଁ ୧୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅନନ୍ତ ନାରାୟଣ ହାଇସ୍କୁଲ ନରସିଂହପୁର ଠାରୁ ଏକଡାଳ ଯାଏଁ ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଓ ଚମ୍ପେଶ୍ୱର ପଞ୍ଚାୟତ ବାଗଧରିଆ ଛକ ଠାରୁ ଏକଡାଳ ଯାଏଁ ରାସ୍ତା ସୁଦୃଢ଼ୀକରଣ ଓ ପ୍ରଶସ୍ତିକରଣ ପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ପ୍ରକାଶ ଥାଉକି ଏ. ଏନ. ହାଇସ୍କୁଲ- ଏକଡାଳର ଶୁଭାରମ୍ଭ ହୋଇଥିବା ଏହି ରାସ୍ତା ସିଧାସଳଖ ଏକଡାଳ ସେତୁ କୁ ସଂଯୋଗ କରିବ । ଏହା ମଧ୍ୟ ବାଣେଶ୍ୱରନାସୀ, ପଦାମାଳ ଜାତୀୟ ଐତିହକୁ ସଂଯୁକ୍ତ ୨ୟ ପର୍ଯ୍ୟାୟରେ ହେବ ବୋଲି ଆକଳିତ ହୋଇଛି ।

ବିଧାୟକ ଶ୍ରୀ ମିଶ୍ର,ବାଗଧରିଆ, ଏ. ଏନ ହାଇସ୍କୁଲ, ଏକଡାଳ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏକଡାଳରେ ଏହି ଶିଳାନ୍ୟାସ ଅବସରରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ଏକଡାଳ- ସିଦ୍ଧାମୂଳା ଠାରେ ମହାନଦୀରେ ଏକ ପୋଲ ଆଜକୁ ୧୮ ବର୍ଷ ତଳେ ନବୀନ ବାବୁଙ୍କ ଦ୍ଵାରା ସମାହିତ ହୋଇଥିବା ସ୍ମରଣ କରାଇଦେଇ ଏହି ୨ଟି ଯାକ ରାସ୍ତା କିଭଳି ସଂଲଗ୍ନ ଏକଡାଳ, ପାଇକବାରବାଟି, ନିଜିଗଡ଼, ପାଇକପଡାପାଟଣା, ଫୁଲପଡା, ଚମ୍ପେଶ୍ୱର, ପଦାମାଳ ପ୍ରଭୃତି ପଞ୍ଚାୟତ ଅଧିବାସୀଙ୍କ ସିଧା ସଳଖ ସହାୟ ହେବ ଏବଂ ସାମଗ୍ରିକ ଭାବରେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡ଼ିଶାକୁ ମଧ୍ୟ ଓଡ଼ିଶା ଦେଇ ସଂଯୋଗୀକରଣରେ ଉପଯୋଗୀ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ ।

ଏହି ଶିଳାନ୍ୟାସ ଓ ସଭା ମାନଙ୍କରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନିର୍ମଳ ଜେନା, ଚମ୍ପେଶ୍ୱର ସରପଞ୍ଚ ଶ୍ରୀ କୃଷ୍ଣ ମୋହନ ପଣ୍ଡା, ପାଇକପଡାପାଟଣା ସରପଞ୍ଚ ବୀଣାପାଣି ବେହେରା , ଏକଡାଳ ସରପଞ୍ଚ ମନଜିନୀ ନାୟକ, ସମିତି ସଭ୍ୟ ତନୁଶ୍ରୀ ବସନ୍ତରା ତଥା ଗ୍ରାମବାସୀଙ୍କ ପକ୍ଷରୁ ସର୍ବ ଶ୍ରୀ ଅଜୟ ପଣ୍ଡା , ରମେଶ ମହାରଣା, ନାରାୟଣ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୂର୍ତ୍ତ ବିଭାଗୀୟ ଇଂଜିନିୟର ଶ୍ରୀ ନୃସିଂହ ମହାପାତ୍ର ଧନ୍ୟବାଦ ଦେଇଥିଲେ । ପ୍ରଭାକର ବେହେରା, ଦୁଃଶାସନ ବେହେରା ମେଘ ପାତ୍ର, ସୁନୀଲ ହୋତା, ମାନଗୋବିନ୍ଦ ସାହୁ ପ୍ରମୁଖ ସଂଯୋଜନା କରିଥିଲେ ।

related posts

Leave a Comment