Home Breaking News / ତାଜା ଖବର ଡିସେମ୍ବର ମାସରେ ହେବ ଶେଷ ସୂର୍ଯ୍ୟ ପରାଗ

ଡିସେମ୍ବର ମାସରେ ହେବ ଶେଷ ସୂର୍ଯ୍ୟ ପରାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର ୨୦/୧୧ : ନଭେମ୍ବର ୧୯ ତାରିଖରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିଥିଲା। ଚନ୍ଦ୍ର ଗ୍ରହଣର ଠିକ ୧୫ ଦିନ ପରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବ। ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟ ପରାଗକୁ ମହତ୍ତ୍ୱପୂର୍ଣ୍ଣ କୁହାଯାଇଛି। ସୂର୍ଯ୍ୟ ପରାଗର ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଜ୍ୟୋତିଷଶାସ୍ତ୍ରରେ ଗ୍ରହଣକୁ ଅଶୁଭ ଘଟଣା ବୋଲି କୁହାଯାଏ।

ସେଥିପାଇଁ ଗ୍ରହଣ ସମୟରେ ପୂଜାପାଠ, ଶୁଭ କାର୍ଯ୍ୟ ଆଦି କରାଯାଇ ନାହିଁ। ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ପୀଡିତ ହୋଇଥାନ୍ତି। ବର୍ଷର ଶେଷ ସୂର୍ଯ୍ୟ ପରାଗ କେବେ ଲାଗିବ ଓ ଏହାର ପ୍ରଭାବ ଜାଣନ୍ତୁ।

ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୪ ତାରିଖ ଶନିବାର ଦିନ ଲାଗିବ | ହିନ୍ଦୁ ପାଞ୍ଜି ଅନୁସାରେ ୪ ତାରିଖରେ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି। ପରାଗ ସକାଳ ୧୦ଟା ୫୯ ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ୭ମିନିଟରେ ସମାପ୍ତ ହେବ।

related posts

Leave a Comment