Home Breaking News / ତାଜା ଖବର ଦୁଇ ବାଇକ ମୁହାଁମୁହିଁ, ଜଣେ ମୃତ ୩ ଗୁରୁତର

ଦୁଇ ବାଇକ ମୁହାଁମୁହିଁ, ଜଣେ ମୃତ ୩ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ):ଖଜୁରୀପଡା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ସୀତାଗୁଡ୍ରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଜଣଙ୍କ ମୃତ୍ଯୁ ହେବା ସହ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କାହ୍ନl କହଁର l
ସମସ୍ତ ଆହତ ମାନଙ୍କୁ ଖଜୁରୀପଡା ଅଗ୍ନିଶମ ବାହୀନି ଘଟଣା ସ୍ଥଳରୁ ଉଦ୍ଧାର କରି ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା କରାଯାଇ ତୁରନ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତ ମାନେ ହେଲେ ବୌଦ୍ଧ ଜିଲ୍ଲା ବଘିଆପଡା ଥାନା ଅନ୍ତର୍ଗତ କରଡାପଦର ଗ୍ରାମର ଯଶୋଦା ପ୍ରଧାନ l ଅନ୍ୟ ଜଣେ ଯୁବକ ଲଣ୍ଡ୍ରେଜୁ ଗ୍ରାମର ଅର୍ଜୁନ ବେହେରା ବୋଲି ଜଣାପଡିଛି। ସେହିଭଳି ଆକାଶ ଭୋଇ ନାମକ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳି ନାହିଁ। ଖଜୁରୀପଡା ପୋଲିସ ଘଟଣା ର ତଦନ୍ତ କରୁଛି l

related posts

Leave a Comment