Home Breaking News / ତାଜା ଖବର ନାଇଡୁ ପେଟା ତ୍ରିନାଥ ମନ୍ଦିରରେ ଗୀତା ପାରାୟଣ ଯୋଗ ଦେଲେ ସାଂସଦ ଓ ମନ୍ତ୍ରୀ ଜଗନାଥ ସାରକା

ନାଇଡୁ ପେଟା ତ୍ରିନାଥ ମନ୍ଦିରରେ ଗୀତା ପାରାୟଣ ଯୋଗ ଦେଲେ ସାଂସଦ ଓ ମନ୍ତ୍ରୀ ଜଗନାଥ ସାରକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାମୁତୁଲା ପେଟା ପଂଚାୟତ ଅନ୍ତର୍ଗତ ନାଇଦୁପେଟା ସ୍ଥିତ ଶ୍ରୀ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଗୋ ପୂଜନ ପୂର୍ବକ ଗୀତା ପରାୟଣ ପର୍ବ ଅନୁଷ୍ଠିତ ହେଇଥିଲା। ମାର୍ଗ ଦର୍ଶକ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଙ୍କ ତତ୍ୱାବଧାନ ରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଦକ୍ଷିଣ ଭାଷାଭାଷୀଙ୍କ କାର୍ତିକ ବ୍ରତ ପାଳନ ଉଦ୍ୟେସରେ ସ୍ଥାନୀୟ ଭକ୍ତ ମଣ୍ଡଳୀ ଦ୍ୱାରା ପରିଚାଳନା କରାଯାଇଥିଲା। ମାତୃ ମଣ୍ଡଳୀ ଓ ଯୁବ ଶକ୍ତିଙ୍କ ଉପସ୍ଥିତି ରେ ଅତି ଆଡମ୍ବର ସହ ପୂଜନ ପରାୟଣ ମନ୍ତ୍ର ଉଚ୍ଚାରଣ କରାଯାଇ ଗୀତା ମହତ୍ମ୍ୟର ମହିମା ସମସ୍ତଙ୍କୁ ବୁଝାଇ ଥିଲେ। ଯୋଗୀଶ୍ରୀ ତାଙ୍କ ବାଣୀରେ କହିଥିଲେକି ଆତ୍ମା ଅବିନାଶୀ ଏ ଶରୀର ଭୌତିକତାରେ ପରିପୂର୍ଣ୍ଣ ଅଟେ ଏହି ଶରୀରକୁ ଯେତେ ସାଧିବା ସେ ସେତେ ପବିତ୍ର ଓ ନିରୋଗୀ ରହିବ କିନ୍ତୁ ଦିନେ ମାଟିରେ ମିଶିଵ ତେଣୁ ଆତ୍ମାର ସଦଗତି ମାର୍ଗ ଅନ୍ୱେଷଣରେ ଲୀନ ହେବା ପାଇଁ କଗିଥିଲେ। ତ୍ରିନାଥ ମନ୍ଦିର ପରିଚାଳନା କମିଟି ନିମନ୍ତ୍ରଣରେ ଓଡ଼ିଶା ସରକାରଙ୍କ ପ୍ରସିଧ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନାଥ ସାରକା ଯୋଗ ଦେଇ ଯଜ୍ଞାନୁଷ୍ଠାନ ରେ ହବନ କରିଥିଲେ। ସେହି ଭଳି ଲୋକ ସଭା ସାଂସଦ ସପ୍ତଗିରୀ ଉଲକା ଯୋଗ ଦେଇ ଭକ୍ତ ମଣ୍ଡଳୀଙ୍କ ମନରେ ଉତ୍ସାହ ଭରି ଦେଇଥିଲେ ଓ ସମସ୍ତଙ୍କ ସହ ଅନ ପ୍ରସାଦ2ସେବନ କରିଥିଲେ। ଏହି ମାଙ୍ଗଳିକ ଉତ୍ସବରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପାତନୁରୁ ଶଙ୍କର ରାଓ, ଆଲୁ ଶଙ୍କର ରାଓ, ବରିଷ୍ଠ ଗୀତା ପରାୟଣକ ତ୍ରିନାଥ ସାହୁ ନାଇଦୁପେଟା ତ୍ରିନାଥ ମନ୍ଦିର ମୁଖ୍ୟ ତାବିଟି ନାଇଡୁ ଓ ନିକଟସ୍ଥ ଗ୍ରାମବାସୀ ଯୋଗ ଦେଇଥିଲେ।

related posts

Leave a Comment