Home Breaking News / ତାଜା ଖବର କାଲି ଚୋରି କରିନେଇଥିଲେ ଆଜି ଫେରାଇ ଦେଲେ ଶିଶୁ କନ୍ୟାକୁ

କାଲି ଚୋରି କରିନେଇଥିଲେ ଆଜି ଫେରାଇ ଦେଲେ ଶିଶୁ କନ୍ୟାକୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ଚୋରି ହୋଇଯାଇଥିବା ଶିଶୁକନ୍ୟାକୁ ଆଜି ପୁଲିସ ପ୍ରତାପପୁର ଶରଧାପାଲି ନିକଟ ରାସ୍ତାକଡ଼ରୁ ଉଦ୍ଧାର କରିଛି। ଛୁଆଟିକୁ ଚୋରି କରିବା ପରେ କେହି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ରାସ୍ତାକଡ଼ରୁ ଶିଶୁକନ୍ୟାଟିକୁ ଉଦ୍ଧାର କରି ପୁଲିସ ହସ୍ପିଟାଲକୁ ଆଣିଥିଲା।

ଶିଶୁକନ୍ୟାଟି ଚୋରି ହେବା ପଛରେ କିଣାବିକା ନେଇ ଡିଲ୍ ହୋଇଥାଇପାରେ ବୋଲି ସୋନପୁର ଏସ୍‌ପି ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି,ଏହି ଘଟଣା ପଛରେ ପ୍ରସୂତିଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ଥାଇପାରେ। ଏହା ଉପରେ ତର୍ଜମା ଜାରି ରହିଛି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।

ଶିଶୁକନ୍ୟାଟି ଉଦ୍ଧାର ହେବା ପରେ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଶିଶୁକନ୍ୟାଟିକୁ କିଏ ଓ କାହିଁକି ଚୋରି କରିଥିଲା ପୁଲିସ ଘଟଣାର ତଦନ୍ତ କରୁଛି।

related posts

Leave a Comment