Home Breaking News / ତାଜା ଖବର ଆନ୍ଦୋଳନ ଶେଷ କରିବା ପ୍ରସଙ୍ଗରେ ଚାଷୀଙ୍କ ବଡ଼ ଘୋଷଣା

ଆନ୍ଦୋଳନ ଶେଷ କରିବା ପ୍ରସଙ୍ଗରେ ଚାଷୀଙ୍କ ବଡ଼ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏହା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ତେଣୁ ସେମାନେ କୃଷି ଆଇନ ବିଧିବଦ୍ଧ ଭାବେ ସଂସଦରେ ପ୍ରତ୍ୟାହୃତ ହେବା ଯାଏ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି।

ଏଥିସହ ନିଜର ଉତ୍ପାଦଗୁଡ଼ିକ ଉପରେ ଏମଏସ୍‌ପିର ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ଆଜି ଦିଲ୍ଲୀର ସିଙ୍ଘୁ ସୀମାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ବସିଥିଲା। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାପରେ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।

related posts

Leave a Comment