Home Breaking News / ତାଜା ଖବର ମାତିଛନ୍ତି ହାତୀ, ହାତୀଙ୍କ ଗତିବିଧି ଉପରେ ନଜର ରଖିବ ‘ରେଡ଼ିଓ କୋଲାରିଙ୍ଗ’

ମାତିଛନ୍ତି ହାତୀ, ହାତୀଙ୍କ ଗତିବିଧି ଉପରେ ନଜର ରଖିବ ‘ରେଡ଼ିଓ କୋଲାରିଙ୍ଗ’

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଜଙ୍ଗଲ ନୁହେଁ ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହିଂସ୍ର ହାତୀ ରାମୁ ଓ ମାଖେନା । ସଞ୍ଜ ହେଲେ ଗାଁ ଗଣ୍ଡାରେ ପଶି ଧନଜୀବନ କ୍ଷତି ଘଟାଉଛନ୍ତି । ହାତୀ ଦୁହିଙ୍କୁ ଆୟତ୍ତ କରିପାରୁନି ଚନ୍ଦକା ବନବିଭାଗ । ତେଣୁ ସମସ୍ୟାର ସମାଧାନ ପାଇଁ ଜଙ୍ଗଲୀ ହାତୀଙ୍କୁ ପ୍ରଥମ ଥର କରାଯିବ ‘ରେଡ଼ିଓ କୋଲାରିଙ୍ଗ’ ।

ଏହାଦ୍ୱାରା ଯାହା ହାତୀମାନଙ୍କ ଗତିବିଧିକୁ ସହଜରେ ଟ୍ରାକ୍ କରାଯାଇ ପାରିବ । ଓଡିଶାରେ ପ୍ରଥମଥର ପାଇଁ ଏହା ଚନ୍ଦକା ଜଙ୍ଗଲୀ ହାତୀ ଶରୀରରେ ଲଗାଯିବ । ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ବେଙ୍ଗଳୁରୁରୁ ଏକ ଟିମ୍ ଆସିଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଏହାକୁ ଲଗାଯିବ ।

ଏହା ଫଳରେ ଗାଁ ଗଣ୍ଡାରେ ହାତୀ ପ୍ରବେଶ ପୂର୍ବରୁ ବନବିଭାଗ ନାଇଟ ପେଟ୍ରୋଲିଙ୍ଗ ଟିମ୍ ଜାଣିପାରି ତାଖୁ ଘାଉଡାଇ ପାରିବେ । ଏବେ ହାତୀ ଖୋର୍ଦ୍ଧା ଅଞ୍ଚଳରେ ଅଛି ବୋଲି ଚନ୍ଦକା ବାନବିଭାଗ ସ୍ପଷ୍ଟ କରିଛି ।

related posts

Leave a Comment