Home Breaking News ଟି୨୦ରେ ସର୍ବାଧିକ ସ୍କୋର, ଜାଣନ୍ତୁ କେଉଁ ଖେଳାଳି ଭାଙ୍ଗିଲେ ବିରାଟଙ୍କ ରେକର୍ଡ ?

ଟି୨୦ରେ ସର୍ବାଧିକ ସ୍କୋର, ଜାଣନ୍ତୁ କେଉଁ ଖେଳାଳି ଭାଙ୍ଗିଲେ ବିରାଟଙ୍କ ରେକର୍ଡ ?

by Times One Odia
Share with
     
 
 
   

ଟି ୨୦ କ୍ରିକେଟରେ ଭାଙ୍ଗିଲା ଟିମଇଣ୍ଡିଆର ରେନ ମେସିନ ବିରାଟ କୋହଲିଙ୍କ ସର୍ବାଧିକ ସ୍କୋରର ହେବା ରେକର୍ଡ । ନ୍ୟୁଜିଲାଣ୍ଡ-ଭାରତ ବିପକ୍ଷ ୨ୟ ଟି ୨୦ ମୁକାବିଲାରେ ବିରାଟଙ୍କୁ ଶୀର୍ଷ ସ୍ଥାନରୁ ହଟାଇ ଦେଇଛନ୍ତି ନ୍ୟୁଜିଲାଣ୍ଡ ଓପନିଂ ବ୍ୟାଟସମ୍ୟାନ୍ ମାର୍ଟିନ୍ ଗୁପ୍ଟିଲ । ଏହି ରେକର୍ଡକୁ ପୁରା କରିବାକୁ ଗୁପ୍ଟିଲଙ୍କୁ ମାତ୍ର ୧୧ ରନ୍ ଆବଶ୍ୟକ ଥିଲା । ୨ୟ ଟି ୨୦ରେ ଭାରତ ବିପକ୍ଷରେ ଗୁପ୍ଟିଲ ୧୫ ବଲରୁ ବସ୍ଫୋରକ ୩୧ ରନ୍ ସ୍କୋର କରିଥିଲେ । ଏହାସହିତ ଗୁପ୍ଟିଲ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟରେ ୩୨୨୮ ରନ୍ ସହିତ ଶୀର୍ଷକୁ ଉଠିଛନ୍ତି

ଟି୨୦ କ୍ରିକେଟରେ କାହାର ସ୍କୋର କେତେ?
ପ୍ରଥମ-ମାର୍ଟିନ ଗୁପ୍ôଟିଲା-୧୦୭ ଇନିଂସ-୩୨୨୮ ରନ୍‌
ଦ୍ୱିତୀୟ-ବିରାଟ କୋହଲି-୮୭ ଇନିଂସ-୩୨୨୭ ରନ୍
ତୃତୀୟ-ରୋହିତ ଶର୍ମା-୧୦୯ ଇନିଂସ-୩୦୩୬ ରନ୍

ବିଶ୍ୱକପ ପରେ ବିରାଟ କୋହଲି ବିଶ୍ରାମ ନେଇଛନ୍ତି । ଭାରତ-ନ୍ୟୁଜିଲାଣ୍ଡ ଟି ୨୦ ସିରିଜରେ ସେଥିପାଇଁ ସେ ଦଳରୁ ବାହାରେ ଅଛନ୍ତି । ଆଗାମୀ ଦକ୍ଷିଣ ଅଫ୍ରିକା ବିପକ୍ଷ ଟି ୨୦ ସିରିଜରେ ବିରାଟଙ୍କ ଆଗରେ ଗୁପ୍ଟିଲଙ୍କୁ ଅତିକ୍ରମ କରିବାର ସୁଯୋଗ ରହିବ । ଗୁପ୍ଟିଲ ଓ ବିରାଟଙ୍କ ପରେ ବର୍ତମାନ ଭାରତୀୟ ଦଳର ଟି ୨୦ କ୍ୟାପଟେନ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି । ରୋହିତ ଶର୍ମା ୧୦୯ ଇନିଂସରୁ ୩୦୮୬ ରନ୍ ସ୍କୋର କରିଛନ୍ତି ।

related posts

Leave a Comment