Home Breaking News / ତାଜା ଖବର ଆଦିବାସୀ ଶବର ଭାଷାରେ ନାମ ସଂକୀର୍ତ୍ତନ

ଆଦିବାସୀ ଶବର ଭାଷାରେ ନାମ ସଂକୀର୍ତ୍ତନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୦/୧୧ -(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା ଉପଖଣ୍ଡ ଗୁଣୁପୁର ଅଞ୍ଚଳର ଶବର ସମାଜ ତରଫରୁ ନାମ ସଂକୀର୍ତ୍ତନ କରାଯାଇଛି। ଶବର ଭାଷାରେ ହରେ କୃଷ୍ଣ କୁ ହରେ ରାମ କୁ ହରେ କେତୁ ହରେ ମାରନା କହି ସାଂକୀର୍ତନ କରିଥାନ୍ତି। କାର୍ତ୍ତିକ ମାସରେ ଶବର ସମାଜର ଲୋକମାନେ ଆମ ସାଧାରଣ ଲୋକ ମାନଙ୍କ ଭଳି ଏକ ମାସ କିନ୍ତୁ ଶବର ସମାଜର ନିୟମ ଅନୁସାରେ ଏହାକୁ ପନ୍ଦର ଦିନ ପାଳନ କରିଥାନ୍ତି। ଶବର ସମାଜ ଆବହମାନ କାଳରୁ ହିନ୍ଦୁ ଓ ଓଡ଼ିଆଙ୍କ ପ୍ରାଣ ଆରାଧ୍ୟ ଦେବତା ଜଗନାଥଙ୍କ ସେବକ ଭାବରେ ଗର୍ବିତ ଅଛନ୍ତି। ରାମାୟଣରେ ଜଣେ ସବରୀ ମହିଳା ଠାରୁ ଅଇଁଠା ଫଳ ଖାଇବା ଅର୍ଥାତ ସ୍ୱଂୟ ଭଗବାନ ନିଜେ ଶବର ମାନଙ୍କ ଅନାବିଳ ପ୍ରେମ ଭକ୍ତି ର ଆଗରେ ନିଜକୁ ସମର୍ପଣ କେଇଥିବା ନିଦର୍ଶନ ଅଟେ। ସେହି ଭଳି ପୂର୍ବରୁ ଗୌରବ ମୟ ଜୀବନ ବିତାଉଥିବା ସମାଜକୁ ଏକ ମୁଖ୍ୟ ସ୍ରୋତରେ ସାମିଲ କରି ଭାଷାର ପ୍ରକାଶ ପାଇଁ ଅକ୍ଷର ବାହାର କରି ଲିପି ମାଧ୍ୟମରେ ଜଣ ସଚେତନ କରିବାରେ ପ୍ରୟାସ ଜାରି ରହିଛି ବୋଲି ଆଦିବାସୀ ନେତା ବିଦ୍ୟାଧର ଶବର କହିଛନ୍ତି। ସେହି ଭଳି ଡମ୍ବସରା ର ଭୁଲ ସୁଣ୍ଡା, ଟିଟି ମିରି,ଅଂଚଳର ସାଂକୀର୍ତନ ମଣ୍ଡଳୀ ଭାଗ ନେଇ ଥିଲେ। ଡ଼ମସାର ଗ୍ରାମର ପୁଟ ସାଇ ର ପୁଝରି ରାମ ଶବର,ବାଗ୍ରୀ ଶବର,ଟୁଇଗରୀ ଶବର, ଉତ୍ତମ , ଶବର,କେଶବ,କଣ୍ଟ୍ରିଗୁଡା, ଲୋବା,ପୋଡ଼ସିଂ, ଘନତ୍ରୀ, ମେରିଙ୍ଗି, ଅଞ୍ଚଜରଶତାଧିକ ଲୋକ ଯୋଗ ଦେଇଥିଲେ

related posts

Leave a Comment