ଟି ୨୦ ଫର୍ମାଟରେ ଟିମଇଣ୍ଡିଆର ସବୁଦିନିଆ କ୍ୟାପଟେନ ରୋହିତ ଶର୍ମା । ବିସିସିଆଇର ଏହି ଘୋଷଣା ପରେ ପରେ ଭାରତୀୟ ଦଳ ଏବେ ବିଜୟ ପଥରେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି ୨୦ ସିରିଜରେ ପ୍ରଥମ ଦୁଇଟି ଯାକ ଟି ୨୦ ମ୍ୟାଚ ଭାରତୀୟ ଦଳ ଦମଦାର ଷ୍ଟାଇଲରେ ଜିତି ନେଇଛି । ଦୁଇଟି ଯାକ ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମାଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇଛି । କ୍ୟାପଟେନ ରୋହିତ ଶର୍ମା-ଭାଇସ କ୍ୟାପଟେନ କେଏଲ ରାହୁଲଙ୍କ ଓପନିଂ ଯୋଡିରୁ ଶତକୀୟ ପାର୍ଟନରସିପ ମଧ୍ୟ ଦେଖିବାକୁ ମିଳିଛି । ଫଳରେ ଭାରତ ଅତି ସହଜରେ ଦୁଇଟି ଯାକ ଟି ୨୦ ରେ ବିଜୟ ହାସଲ କରିଛି । ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଟି ୨୦ରେ ରୋହିତ ଶର୍ମା ଅର୍ଧଶତକୀୟ ଇନିଂସ ଖେଳିଥିଲେ । ଟି ୨୦ ଫର୍ମାଟରେ ଏହା ରୋହିତଙ୍କ ୨୫ ତମ ଅର୍ଧଶତକ ।
ଛକା ମାରିବାରେ ହିଟମ୍ୟାନଙ୍କ ରେକର୍ଡ
-ରୋହିତ ଶର୍ମା ନିଜ ଇନିଂସରେ ମୋଟ୍ ୫ ଛକା ମାରିଛନ୍ତିô
-ଅନ୍ତର୍ଜାତୀୟ ଟି ୨୦ରେ ୪୫୦ ଛକା ପୂରଣ କଲେ ରୋହିତ
-ପ୍ରଥମ ଭାରତୀୟ ଭାବେ ରୋହିତ ସ୍ଥାପନ କରିଛନ୍ତି କୀର୍ତିମାନ
-ଅନ୍ତର୍ଜାତୀୟ କ୍ରିକେଟରେ ୪୫୦ ମାରିବାରେ ରୋହିତ ଦ୍ରୁତତମ
-୪୦୪ ଇନିଂସରୁ ରୋହିତ, ୪୮୭ ଇନିଂସରୁ ଆଫ୍ରିଦି, ୪୯୯ ଇନିଂସରୁ ଗେଲ ମାରିଛନ୍ତି ୪୫୦ ଛକା
ରୋହିତ କ୍ୟାପଟେନ ହେବା ପରେ ବିଜୟ ପଥରେ ଟିମଇଣ୍ଡିଆ, ଛକା ମାରିବାରେ ହିଟମ୍ୟାନଙ୍କ ନିଆରା ରେକର୍ଡ, ଜାଣନ୍ତୁ ଏହି ରିପୋର୍ଟରେ
Share with